ସମ୍ବଲପୁରରେ ଧୁମଧାମରେ ହନୁମାନ ଜୟନ୍ତୀ ପାଳିତ, ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର ପ୍ରଧାନ - hanuman jayanti

By ETV Bharat Odisha Team

Published : Apr 15, 2024, 8:06 AM IST

thumbnail

Hanuman Jayanti:ସମ୍ବଲପୁର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଗତକାଲି(ରବିବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସହରର ବୃକ୍ସ ହିଲ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ମହାଆଳତୀରେ ସାମିଲ ହୋଇଥିଲେ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l ଏଥିସହ କେନ୍ଦ୍ରମନ୍ତ୍ରୀ ଗଦା ଉଠାଇ ସାଂକେତିକ ଆଖଡ଼ା ପ୍ରଦର୍ଶନ କରିଥିଲେ l ତେବେ ଗତ ବର୍ଷର ହନୁମାନ ଜୟନ୍ତୀ ସମୟର ସାମ୍ପ୍ରଦାୟିକ ହିଂସା ଯୋଗୁଁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଧାର୍ମିକ ଶୋଭାଯାତ୍ରା ଉପରେ ରୋକ ଲଗାଇଛି l କେବଳ ମନ୍ଦିର ପରିସରରେ ଓ ପଡାସାହିରେ ହନୁମାନ ଜନ୍ମ ଉତ୍ସବ ପାଳିତ ହୋଇଛି l ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିର ପ୍ରତିଷ୍ଠା ପରେ ସବୁ ସ୍ଥାନରେ ହନୁମାନ ଜୟନ୍ତୀରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ବହୁ ଗୁଣରେ ବୃଦ୍ଧି ପାଇଥିବା ପରିଲିକ୍ଷିତ ହେଉଥିବା କହିଛନ୍ତି l ଅନ୍ୟପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହେଉଥିବା ଶୋଭାଯାତ୍ରାକୁ ବନ୍ଦ କରିବା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନକୁ ସିଧାସଳଖ ଟାର୍ଗେଟ କରିଥିଲେ l ଆଗାମୀ ଦିନରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର l  

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ବହୁ ଆଡ଼ମ୍ବରେ ପାଳନ ହେଲା ହନୁମାନ ଜୟନ୍ତୀ

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.