ଝାଡେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼, ମହାଦେବଙ୍କ ଦର୍ଶନ କଲେ ମହାରାଜ କଂସ - Mahashivratri 2024
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 8, 2024, 7:06 PM IST
Mahashivratri 2024: ଝାରସୁଗୁଡା: ଆଜି ପବିତ୍ର ମହାଶିବରାତ୍ରୀ ଯାହା ପାଇଁ ଚଳଚଞ୍ଚଳ ଝାରସୁଗୁଡା ସହର । ଝାରସୁଗୁଡା ସହରାଞ୍ଚଳରେ ଥିବା ଝାଡେଶ୍ଵର ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ଝାରସୁଗୁଡା ତଥା ଆଖପାଖ ଅଞ୍ଚଳର ଭକ୍ତ ମାନେ ଦର୍ଶନ ପାଇଁ ଆସୁଛନ୍ତି । ଗତ ୫ ତାରିଖରୁ କୁମୁଡ଼ାପାଲି ଠାରେ ଅନୁଷ୍ଠିତ ହୋଇଛି ଧନୁଯାତ୍ରା । ଶିବରାତ୍ରୀ ପାଇଁ ମହାରାଜା କଂସ ମଧ୍ୟ ଝାଡେଶ୍ଵର ବାବାଙ୍କ ଦର୍ଶନ ପାଇଁ ଆସିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.... ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ସୋମନାଥ ପୀଠରେ ପ୍ରବଳ ଭିଡ଼
ଆଜି ସଂଧ୍ୟାରେ ମଧ୍ୟ ଜାଗର ପାଇଁ ଝାରସୁଗୁଡା ବିକାଶ ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । କଥାରେ ଅଛି, ଆଜି ଦିନରେ ନିଷ୍ଠାର ଶହ ମହାଦେବଙ୍କ ପୂଜାର୍ଚ୍ଚନା କଲେ ଭକ୍ତ କରିଥିବା ସବୁ ମନସ୍କାମନା ପୁରଣ ହୁଏ । ସେଥିପାଇଁ ଆଜିର ଦିନରେ ମହାଦେବଙ୍କ ପୂଜାର୍ଚ୍ଚନ କରିବାକୁ ମନ୍ଦିରରେ ଗହଳି ଲାଗିଛି । ମହାଶିବରାତ୍ରୀରେ ଶିବଲିଙ୍ଗଙ୍କୁ ପୂଜା କରି ରାଶିଫଳର ନବଗ୍ରହ ଦୋଷ ଶାନ୍ତ ହୋଇଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ବାସ ରହିଛି ।
ଇଟିଭି ଭାରତ, ଝାରସୁଗୁଡ଼ା