ପରମହଂସ ନାଥ ମନ୍ଦିରରେ ଜାଗର ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ - Mahashivratri 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 8, 2024, 10:27 PM IST

Mahashivratri 2024: କଟକ: ସାରା ରାଜ୍ୟରେ ପାଳିତ ହେଉଛି ମହାଶିବରାତ୍ରୀ । କଟକରେ ମଧ୍ୟ ବେଶ ଆଡମ୍ବର ସହ ପାଳନ ହେଉଛି ଏହି ପର୍ବ । ରାଜ୍ୟର ପୁରାତନ ମନ୍ଦିର ମଧ୍ୟରେ ଗଣିତ ହେଉଥିବା ପରମହଂସ ନାଥ ମନ୍ଦିର ଜାଗର ପର୍ବକୁ ନେଇ ବେଶ ଚଳଚଞ୍ଚଳ ରହିଛି। ଭୋରୁ ପହଡ଼ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ବାବାଙ୍କୁ ଦର୍ଶନ କରିଥିଲେ। ଦିନ ତମାମ ସମୟ ଗଡ଼ିବା ସହ ଭକ୍ତ ମାନଙ୍କ ସଂଖ୍ୟା ବଢି ଚାଲିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନେ ଆସି ଏହି ପୁରାତନ ଶୈବ ପୀଠରେ ପୂଜା କରିଥିବା ଦେଖିବାକୁ ମିଳିଥିଲା ।  

ଏହା ମଧ୍ୟ ପଢ଼ନ୍ତୁ... ସଦଗୁରୁଙ୍କ ସହ ଦେଖନ୍ତୁ ମହାଶିବରାତ୍ରୀର ସିଧାପ୍ରସାରଣ

ଅନ୍ୟପଟେ ପୋଲିସ ପ୍ରସାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 3ରୁ ଊର୍ଦ୍ଧ୍ବ ପ୍ଲାଟୁନ ପୋଲିସ ଫୋର୍ସ ମନ୍ଦିରରେ ମୁତୟନ ରହିଛନ୍ତି । ସେହିପରି ମନ୍ଦିର ପ୍ରସାସନ ପକ୍ଷରୁ ବ୍ୟାରିକେଡ, ଭକ୍ତ ମାନଙ୍କ ପାଇଁ ଜଳ, ଏପରିକି ପ୍ଲାଷ୍ଟିକ ଥଳି ବ୍ୟବହାର ନକରିବା ଦିଗରେ ଲୋକ ମାନଙ୍କୁ ସଚେତନତା କରାଯାଉଛି । ଅନ୍ୟପଟେ ଜିଲ୍ଲା ପ୍ରସାସନର ଏକ ଟିମ ମନ୍ଦିରରେ ତମାମ ଦିଗ ଉପରେ ନଜର ରଖିଛନ୍ତି। ମହାଦୀପ ରାତ୍ରି ଚାରିଟା ସମୟରେ ଉଠିବା ନେଇ ନୀତି ନିର୍ଘଟ ହୋଇଥିଲା ବେଳେ ସନ୍ଧ୍ୟା ସୁଧା ଲକ୍ଷାଧିକ ଭକ୍ତ ମନ୍ଦିରକୁ ଆସିବା ନେଇ ପ୍ରସ୍ତୁତ ରହିଛି ପ୍ରଶାସନ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.