କୃଷ୍ଣ ନଗରୀରେ ଉଡ଼ିଲା ଫଗୁ, ହୋଲି ଖେଳିଲେ କୃଷ୍ଣ ଭକ୍ତ - Holi Celebration in Mathura - HOLI CELEBRATION IN MATHURA

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 25, 2024, 9:24 PM IST

Holi Celebration in Mathura Vrindavan:  ବୃନ୍ଦାବନ (ଉତ୍ତର ପ୍ରଦେଶ): କୃଷ୍ଣ ନଗରୀ ମଥୁରା-ବୃନ୍ଦାବନରେ ହୋଲି ଖେଳ ଖାଲି ଦେଶରେ ନୁହେଁ, ବିଶ୍ବରେ ପ୍ରସିଦ୍ଧ । ଜଣେ କୃଷ୍ଣ ଭକ୍ତ ନିଜ ଜୀବନକାଳରେ ଅତିକମରେ ଥରୁଟିଏ କୃଷ୍ଣ ନଗରୀରେ ହୋଲି ଖେଳିବାର ସ୍ବପ୍ନ ଦେଖିଥାଏ । ଏଥିଲାଗି ହୋଲି ଉତ୍ସବର ମାସକ ପୂର୍ବରୁ ଏଠାରେ ଭକ୍ତଙ୍କ ପ୍ରବଳ ଗହଳି ଲାଗେ । ହୋଲି ଦିନ ଏଠାରେ ଭକ୍ତ ମାନେ ଦିନ ସାରା ହୋଲି ଖେଳିବା ସହିତ ଜୟ ଶ୍ରୀକ୍ରିଷ୍ଣା ଓ ରାଧେ ରାଧେ ନାମଜପ କରିଥାନ୍ତି । ଆଜି ସାରା ଦେଶରେ ହୋଲି ପର୍ବ ପାଳିତ ହେଉଥିବାରୁ ଏଠାରେ ମଧ୍ୟ ଧୁମଧାମରେ ଫଗୁ ଖେଳିଛନ୍ତି ଭକ୍ତ ଓ ପର୍ଯ୍ୟଟକ । ବୃନ୍ଦାବନ ସ୍ଥିତ ରାଧାବଲ୍ଲଭ ମନ୍ଦିର ସମ୍ମୁଖରେ ଭକ୍ତମାନେ ହୋଲି ଖେଳିଥିବା ଦେଖିବାକୁ ମିଳିଛି । ସେହିପରି ମଥୁରା ସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ମଧ୍ୟ ହୋଲି ଉତ୍ସବ ପାଳିତ ହୋଇଛି । ସୂଚନା ଥାଉ କି ବସନ୍ତ ପଞ୍ଚମୀ ଠାରୁ କୃଷ୍ଣ ନଗରୀରେ ହୋଲି ଖେଳ ଆରମ୍ଭ ହୋଇଥାଏ । ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ଆୟୋଜନ ସହିତ ବିଭିନ୍ନ ମନ୍ଦିରରେ ହୋଲି ଖେଳ ହୋଇଥାଏ ।  ଦେଖନ୍ତୁ ଭିଡିଓ 

ଏହା ବି ପଢନ୍ତୁ- ଶ୍ରୀକ୍ଷେତ୍ରରେ ଦୋଳ ଉତ୍ସବ ଅନୁଷ୍ଠିତ, ବଡଦାଣ୍ଡରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.