ଗଜାନନ ବେଶ ଦେଖି ଭାବ ବିହ୍ବଳ ହେଲେ ଭକ୍ତ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ - LORD JAGANNATH GAJANANA BESHA

By ETV Bharat Odisha Team

Published : Jun 22, 2024, 9:38 PM IST

thumbnail
LORD JAGANNATH GAJANANA BESHA (ETV Bharat Odisha)

SNANA PURNIMA 2024: ପରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭାବ ବିହ୍ବଳ ହେଲେ ଭକ୍ତ । ସେପଟେ ଆଜି ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଏବଂ ସଠିକ ସମୟ ଅନୁସାରେ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପ୍ରତିବର୍ଷ ପରି ଆଜି ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପାରିକ ରୀତିନୀତିରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯାଥିଲା । ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ଆଜିର ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଏ । ମହାବାହୁଙ୍କ ମହାସ୍ନାନ ପୂର୍ବରୁ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ବଡ଼ ଦାଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ଢୁଢୁ ବର୍ଷାରେ ମହାପ୍ରଭୁ ମହାସ୍ନାନ କରିଥିବାବେଳେ ବର୍ଷାରେ ଭିଜି ଭିଜି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବଡ଼ ଦାଣ୍ଡ ।      

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.