କର୍ଫ୍ୟୁ ବଳବତ୍ତର, ସକାଳେ 6 ଘଣ୍ଟା କୋହଳ, ଖୋଲିବନି ସ୍କୁଲ କଲେଜ - Curfew Relaxation for 6 hours - CURFEW RELAXATION FOR 6 HOURS

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 20, 2024, 9:24 PM IST

Curfew Relaxation for 6 hours: ବାଲେଶ୍ବର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ପ୍ରଶାସନ ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ସୂଚନା ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲାପାଳ ଆଶିଷ ଠାକରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ଶୁକ୍ରବାର ସକାଳ 6 ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଯାହା ଆଜି ଗୁରୁବାର ସକାଳ 7 ରୁ 11 ଯାଏ ରହିଥିଲା ତାହା ଦୁଇଘଣ୍ଟା ବୃଦ୍ଧି କରାଯାଇଛି। କେବଳ ଲିଜ୍ ଲାଇନ୍ ମାଧ୍ୟମରେ ବ୍ୟାଙ୍କ୍ ଭଳି ବ୍ୟବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ ମିଳିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । 22 ତାରିଖ ସକାଳ 10ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ସହରରେ 40 ପ୍ଲାଟୁନ ଫୋର୍ସ ସମେତ 6 କମ୍ପାନୀ ବିଏସଏଫ୍ ଯବାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମୁତୟନ ହୋଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ..  ବସିଲା ଉଚ୍ଚସ୍ତରୀୟ ବୈଠକ, ବାଲେଶ୍ବରରେ ଚାରି ଘଣ୍ଟା ପାଇଁ କୋହଳ ହେବ କର୍ଫ୍ୟୁ - Balasore Curfew Update

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.