thumbnail

By ETV Bharat Odisha Team

Published : Mar 23, 2024, 8:34 AM IST

ETV Bharat / Videos

ଆଗକୁ ନିର୍ବାଚନ, ରାୟଗଡାରେ ବସିଲା ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟ ବୈଠକ - Coordination meeting

Coordination meeting: ରାୟଗଡା: ପାଖେଇ ଆସୁଛି ନିର୍ବାଚନ । ଆସନ୍ତା ମଇ ୧୩ ତାରିଖରେ ଜିଲ୍ଲାରେ ଭୋଗ ଗ୍ରହଣ କରାଯିବ । ଏହା ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଅପରାଧିକ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ନୀତି ନିୟମ କିପରି ଅନୁପାଳନ ହେବ ସେ ସଂକ୍ରାନ୍ତରେ ସମନ୍ୱୟ ବୈଠକରେ ଆଲୋଚନା ହୋଇଛି ।  ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । 

ତେବେ ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ପରିପ୍ରେକ୍ଷୀରେ ପୋଲିସ ଓ ମାଜିଷ୍ଟ୍ରେଟମାନଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକତା ନିହାତି ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି l ବିଶେଷ କରି ନିର୍ବାଚନ ପୂର୍ବରୁ ଓ ପରେ କଡାକଡି ଯାଞ୍ଚ ହେବ l ଅଧିକାରୀମାନେ ମିଳିତ ଭାବରେ ଚଢ଼ାଉ କରିବେ l ପ୍ରତ୍ୟେକ ବୁଥ ବୁଲି ତାହାର ସବୁ ସ୍ଥିତି ପରଖିବେ ଏବଂ ସେଠାରେ ପୋଲିଂ ପାର୍ଟି ରହିବା ସୁବିଧା, ବିଦ୍ୟୁତ, ପାଇଖାନା ଓ଼ ଜଳ ଯୋଗାଣ ବ୍ୟବସ୍ଥା ଅଛି ନା ନାହିଁ ପରଖିବେ ବୋଲି ଜିଲ୍ଲାପାଳ କହିଛନ୍ତି l ଏହି ବୈଠକରେ ଜିଲ୍ଲାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ବରାଳ ବିଭିନ୍ନ ଥାନାର ପୋଲିସ ଅଧିକାରୀମାନେ କିପରି ବ୍ୟବସ୍ଥିତ ଭାବେ ନିର୍ବାଚନ କେନ୍ଦ୍ରରୁ ବୁଥ ପର୍ଯ୍ୟନ୍ତ ଯିବେ, ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକ୍ରିୟା କିପରି କରି ପାରିବେ ଏନେଇ ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ କରି ପୋଲିଂ ସମୟରେ ପ୍ରତି ଦୁଇ ଘଣ୍ଟାକୁ ଥରେ ସୂଚନା ଦେବାକୁ ଜିଲ୍ଲାପାଳ କହିଥିଲେ l

ଏହା ମଧ୍ୟ ପଢନ୍ତୁ-ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲା ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.