24 ବର୍ଷ ନିମାପଡ଼ାବାସୀ ପ୍ରତାରିତ: କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ - Congress Candidate Sidharth Routray - CONGRESS CANDIDATE SIDHARTH ROUTRAY
🎬 Watch Now: Feature Video
Published : May 10, 2024, 4:35 PM IST
Nimapada Congress Candidate Sidharth Routray: ପୁରୀ (ନିମାପଡ଼ା): ନିର୍ବାଚନକ ନେଇ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଏବେ ବେଶ ଚର୍ଚ୍ଚାରେ । ବରିଷ୍ଠ ବିଜେଡି ନେତା ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଟିକଟ କାଟିଛି ବିଜେଡି । ବିଜେପିରୁ ଆସି ଦିଲ୍ଲୀପ ନାୟକ ବିଜେଡି ଟିକଟ ହାତେଇବା ପରେ ଦଳରେ ବିଦ୍ରୋହ ସୃଷ୍ଟି ହେଇଛି । ଏଭଳି ସ୍ଥିତିରେ ଏବେ ନିମାପଡ଼ାରେ କଂଗ୍ରେସ ପାଇଁ ପ୍ରାର୍ଥୀ ହେଇଥିବା ସିଦ୍ଧାର୍ଥ ରାଉତରାୟ ଚର୍ଚ୍ଚାରେ । ସେ ଜଣେ ଉଚ୍ଚଶିକ୍ଷିତ । ସେ ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝି ସମସ୍ତଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି । ନିମାପଡାବାସୀ ତାଙ୍କୁ ଏଥର ସମର୍ଥନ କରିବେ ବୋଲି ଆଶା ରଖି କଂଗ୍ରେସ ପ୍ରାର୍ଥୀ ଭାବେ ସିଦ୍ଧାର୍ଥ ରାଉତରାୟ ନିର୍ବାଚନ ଲଢ଼ିବେ ।
ସିଦ୍ଧାର୍ଥ କହିଛନ୍ତି, "ମୁଁ ଚାଷୀଙ୍କ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିବି । ନିମାପଡ଼ାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ତାର ଫସଲ ସଂରକ୍ଷଣ କରି ରଖି ପାରୁନାହିଁ । ଏହାଦ୍ବାରା ଚାଷୀ ବିପୁଳ କ୍ଷତି ସହୁଛି । ମୋର ଲକ୍ଷ୍ୟ ରହିଛି, ପ୍ରତି ପଞ୍ଚାୟତରେ ଏକ ମିନି ଶୀତଳ ଭଣ୍ଡାର ଖୋଲିବା । ନିମାପଡ଼ା ଦୁଗ୍ଧ ଉତ୍ପାଦନରେ ବେଶ ଅଗ୍ରଣୀ । ତେଣୁ ନିମାପଡାରେ ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ଖୋଲାଯାଉ । ମିଠା ପ୍ରସ୍ତୁତିରେ କିଭଳି ନିମାପଡ଼ା ଏକ ପ୍ରମୁଖ ସ୍ଥାନ ହୋଇପାରିବ । ଏହାଦ୍ବାରା ଲୋକେ କର୍ମ ନିଯୁକ୍ତି ପାଇବେ ।
ସେହିପରି ଭଲ ଶିକ୍ଷା ବ୍ୟବସ୍ଥା, ଉନ୍ନତ ଚିକିତ୍ସା ବ୍ୟବସ୍ଥା କିଭଳି ଉପଲବ୍ଧ ହୋଇପାରିବ ତାହା ମୋର ଲକ୍ଷ୍ୟ ରହିଛି । ବିଜେଡି ସରକାର 24 ବର୍ଷ ଶାସନରେ ଥିବାବେଳେ ନିମାପଡ଼ାବାସୀଙ୍କୁ କେବଳ ପ୍ରତାରଣା କରିଛି । ହେଲେ କଂଗ୍ରେସ ଏବେ ଲୋକଙ୍କ ବିକଳ୍ପ ହୋଇଛି ।" କଂଗ୍ରେସ ସଂଗଠନ ଦୁର୍ବଳ ଥିବାବେଳେ ସେ କେମିତି ସଫଳତା ହେବେ ବୋଲି ପ୍ରଶ୍ନର ଉତ୍ତର ରଖି ସିଦ୍ଧାର୍ଥ କହିଛନ୍ତି, "ନିମାପଡ଼ାରେ କଂଗ୍ରେସର ସ୍ଥିତି ଭଲ ଅଛି । କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଅଛି । ବିଜେପି ଓ ବିଜେଡି ନିଜ ନିଜ ଭିତରେ ବାଡିଆ ପିଟା ହେଉଥିବାବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀବାସୀ କଂଗ୍ରେସକୁ ଭରସା କରିଛନ୍ତି ।" ଏଥର ନିମାପଡ଼ାରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବ ବୋଲି ସିଦ୍ଧାର୍ଥ ରାଉତରାୟ କହିଛନ୍ତି ।
ଇଟିଭି ଭାରତ, ପୁରୀ (ନିମାପଡ଼ା)