ନାମାଙ୍କନ ଦାଖଲ କଲେ କୁଚିଣ୍ଡା କଂଗ୍ରେସ ପ୍ରାର୍ଥୀ କେଦାରନାଥ ବରିହା - Kedarnath Bariha files nomination - KEDARNATH BARIHA FILES NOMINATION
🎬 Watch Now: Feature Video

Published : May 4, 2024, 10:40 PM IST
Kuchinda Assembly Constituency: ସମ୍ବଲପୁର: ଆଜି କୁଚିଣ୍ଡା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କେଦାରନାଥ ବରିହା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କେଦାର ପ୍ରଥମେ ସମଲେଇ ମନ୍ଦିର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ କଂଗ୍ରେସର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ।
ଏହି ଶୋଭାଯାତ୍ରାରେ ଇଣ୍ଡିଆ ମେଣ୍ଟ ସମର୍ଥିତ ଆମ ଆଦମୀ ପାର୍ଟିର ଶତାଧିକ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ । କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରୁ ହଜାର ହଜାର କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ, ଯୁବକ ଓ ମହିଳା ଏକତ୍ରିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l କେଦାର ନାଥ ବରିହା ୨ ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଯୁବ କଂଗ୍ରେସ ନେତା ଭକ୍ତରାମ କୁମୁରା ଏବଂ ଜଗଦାନନ୍ଦ କୁମାର ରହିଛନ୍ତି ।
କେଦାରନାଥଙ୍କ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଜ଼ିଲ୍ଲା ଉପ ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳ,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ସଂଜିତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ l
ଇଟିଭି ଭାରତ, ସମ୍ବଲପୁର