୧୫ ଜିଲ୍ଲାର ୬୭ ଆମ ହସ୍ପିଟାଲ ଲୋକାର୍ପଣ, ଦେଖନ୍ତୁ LIVE - ଆମ ହସ୍ପିଟାଲ ଲୋକାର୍ପଣ
🎬 Watch Now: Feature Video
Published : Feb 26, 2024, 4:57 PM IST
|Updated : Feb 26, 2024, 5:51 PM IST
CM Naveen Program LIVE: ଭୁବନେଶ୍ବର: ରାଜ୍ୟର ୧୫ ଜିଲ୍ଲାରେ ଆଉ ୬୭ ଆମ ହସ୍ପିଟାଲ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରେ ଅନୁଗୋଳ ଜିଲ୍ଲାରେ ୬ଟି ହସ୍ପିଟାଲ ଥିବା ବେଳେ ବଲାଙ୍ଗୀରରେ ୫, ଦେବଗଡ଼ରେ ୧, ସୁବର୍ଣ୍ଣପୁରରେ ୨ ହସ୍ପିଟାଲ, ପୁରୀରେ ୫, ବାଲେଶ୍ଵରରେ ୮ ହସ୍ପିଟାଲ, ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ଖୋର୍ଦ୍ଧାରେ ୭, ଭୁବନେଶ୍ବରରେ ୪, ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ ଆମ ହସ୍ପିଟାଲ ରହିଛି । ଏହା ସହ ସୁବର୍ଣ୍ଣପୁର ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟକୁ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜର ୬୫୦ ଶଯ୍ୟା ଉଦଘାଟନ ହେଉଛି । ସେହିପରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ମିଳବ ୫୦୦ ଶଯ୍ୟା । ଏଥି ସହ ନୂଆ ମେଡିକାଲ ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଉପଖଣ୍ଡ ହସ୍ପିଟାଲ, ୯୦୦ କୋଟି ଟଙ୍କା ବ୍ୟୟରେ କଟକର AHPGIC, ୯୫୦ କୋଟିରେ ବ୍ରହ୍ମପୁର MKCG, ୯୫୦ କୋଟିରେ ବୁର୍ଲା ଭୀମସାର, ୬୬୦ କୋଟିରେ RGH ରାଉରକେଲାର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଅଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ବରିଷ୍ଠ ଅଧିକାରୀ...
Last Updated : Feb 26, 2024, 5:51 PM IST