thumbnail

୫ମ ପାଳିରେ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ଆଜି ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଭିଯୋଗ ଶୁଣାଣିର ୫ମ ପାଳିରେ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଥିଲା ଜନଶୁଣାଣି । ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣିଛନ୍ତି । ଏଥିପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କଠାରୁ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣୁଛନ୍ତି । ପାଖାପାଖି ୧୦୦୦ ଲୋକ ଅଭିଯୋଗ କରିବାକୁ ଆସିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଭାଗର ୪ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଖାପାଖି ୪୦ ଦିବ୍ୟାଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ କିଭଳି ସେମାନଙ୍କର କାମ ଶୀଗ୍ର ହୋଇପାରିବ ସେନେଇ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଏହି ଜନ ଶୁଣାଣି ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଣମାଧ୍ୟମକୁ କହିଛନ୍ତି ।
 

ଏହା ମଧ୍ୟ ପଢ଼ନ୍ତୁ...ଏଣିକି ବିଜେପି କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି; ପ୍ରତି ସୋମବାର ଖୋଲିବ ପ୍ରକୋଷ୍ଠ - Public Grievance in BJP Office

ଏହା ମଧ୍ୟ ପଢ଼ନ୍ତୁ...ସାର ମତେ ଚଲେଇ ଦିଅନ୍ତୁ, ମୁଁ ବି ସ୍କୁଲ ଯିବି ପାଠ ପଢିବି... - Two Handicapped at CM Grievance

ଏହା ମଧ୍ୟ ପଢ଼ନ୍ତୁ...ଉଦାହରଣ ସାଜିଲେ ମୁଖ୍ୟମନ୍ତ୍ରୀ ମୋହନ, ନିଜ ଘରେ ଆରମ୍ଭ କଲେ ଅଭିଯୋଗ ପ୍ରକୋଷ୍ଠ - CM public Grievance in kendujhar

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.