ସମୁଦ୍ର ମଝିରେ ଜାହାଜ ବୁଡ଼ିଯିବା ଘଟଣା, କଳାରାତିର ଭୟଙ୍କର କାହାଣୀ ବଖାଣିଲେ ଚିଫ୍‌ ଇଞ୍ଜିନିୟର - Cargo Ship MV ITT Puma

By ETV Bharat Odisha Team

Published : Aug 29, 2024, 10:18 PM IST

thumbnail
Cargo Ship MV ITT Puma (ETV Bharat Odisha)

ଜଗତସିଂହପୁର: ବଙ୍ଗୋପସାଗରର ମଝିରେ ଗତ ରବିବାର ଦିନ ହୋଇଥିବା ଜାହାଜ ବୁଡି ଘଟଣାରେ ସେଦିନର ଘଟଣାକୁ ବଖାଣିଛନ୍ତି ବୁଡି ଯାଇଥିବା ଜାହାଜ MV ITT ପୁମାର ଚିଫ୍‌ ଇଞ୍ଜିନିୟର ଦିବାକର ସାହୁ । ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଆଜି ନିଜ ନିଜ ରାଜ୍ୟକୁ ଫେରିଛନ୍ତି ଉଦ୍ଧାର ହୋଇଥିବା କ୍ରୁଉ ମେମ୍ବର । 

ଆଜି ଘରକୁ ଫେରିବା ସମୟରେ MV ପୁମାର ଚିଫ ଇଞ୍ଜିନିୟର ଦିବାକର ସାହୁ କହିଛନ୍ତି, " ସେଦିନର ସେ କଳାରାତି କଥା ମନେ ପଡିଲେ ଦେହରେ ଶିହରଣ ସୃଷ୍ଟି ହେଉଛି । ଗୋଟିଏ ପଟେ ଖୁବ ପାଖରେ ମୃତ୍ୟୁ ଥିବାବେଳେ ଭାରତୀୟ ତଟରକ୍ଷୀ ବାହିନୀ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ଆମକୁ ଉଦ୍ଧାର କରିଥିଲେ । ସେଥିପାଇଁ ତାଙ୍କୁ ଆମେ ଭଗବାନ ବୋଲି ଭାବୁଛୁ । ଘଟଣା ଦିନ MV ପୁମା ଜାହାଜଟି କୋଲକତାରୁ ବାହାରୁ ସାଗର ଦ୍ବୀପ ଠାରୁ 90 ନଟିମାଇଲ ଦୂରରେ ଯିବା ସମୟରେ କୌଣସି କାରଣ ବଶତଃ କାର୍ଗୁ ସିଟରେ ଏକ ଛିଦ୍ର ସୃଷ୍ଟି ହୋଇଥିଲା । ଆମେ ମରାମତି ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା । ଫଳରେ ଜାହାଜରେ ପାଣି ପସିଯିବା ସହିତ ଜାହାଜଟି ଏକ କଡ଼କୁ ଢଳି ପାଣିରେ ବୁଡି ଯାଇଥିଲା । ଜାହାଜରେ ଥିବା ସମସ୍ତ କ୍ରୁଉ ମେମ୍ବର ଘନ ଅନ୍ଧକାର ରାତିରେ ପାଣିରେ ପହଁରିବାକୁ ଲାଗିଥିଲେ । ମୁଁ ଜାହାଜ ଠାରୁ 30 ମିଟର ଦୂରରେ ପହଁରୁ ଥିବା ସମୟରେ ଦେବଦୂତ ସାଜି କୋଷ୍ଟଗାର୍ଡର ଯବାନମାନେ ଆମକୁ ଉଦ୍ଧାର କରିଥିଲେ । ଯଦି ସେମାନେ ଠିକ ସମୟରେ ପହଞ୍ଚି ନଥାନ୍ତେ ତେବେ ଆମ ସମସ୍ତଙ୍କର ପ୍ରାୟ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତି  ।" ଅପର ପକ୍ଷରେ 11 ଜଣ କ୍ରୁଉ ମେମ୍ବର ଉଦ୍ଧାର ହୋଇଥିବା ବେଳେ ଆଉ ତିନିଜଣଙ୍କର ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ ।

ଏହା ମନଧ୍ୟ ପଢ଼ନ୍ତୁ...ଅଳ୍ପକେ ବର୍ତ୍ତିଲେ 11 ଜଣ ନାବିକ, ବୁଡି ଯାଉଥିବା ଜାହାଜକୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ - Indian Coast Guard

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.