ଫୋକସରେ ସ୍ନାନଯାତ୍ରା, ଛତିଶା ନିଯୋଗ ସହ ବୈଠକ କଲା ପୁରୀ ପୋଲିସ - SNANA YATRA PREPARATION - SNANA YATRA PREPARATION
🎬 Watch Now: Feature Video
Published : Jun 18, 2024, 11:22 AM IST
ପୁରୀ: ଦର୍ଶନ ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଉଥିବା ବେଳେ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ଓ ଘୋଷଯାତ୍ରା ମଧ୍ୟ ପାଖଉଛି । ଯାହାପାଇଁ ଉଭୟ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ଚଳିତମାସ ୨୨ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ପୁରୀ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଛତିଶା ନିଯୋଗ ସହ ବୈଠକ କରିଛନ୍ତି ଏସ.ପି ପିନାକ ମିଶ୍ର । ବିଗତବର୍ଷ ସ୍ନାନ ପୂର୍ଣ୍ଣିମାରେ କ'ଣ ସବୁ ସମସ୍ୟାର ସମ୍ମୁଖିନ ହୋଇଥିଲେ ସେବାୟତ, ସେନେଇ ଏସପିଙ୍କୁ ଅବଗତ କରାଇଥିଲେ ଛତିଶା ନିଯୋଗର ସେବାୟତ ପ୍ରତିନିଧି । ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ, ପାଳିଆ ସେବାୟତମାନେ ସହଜରେ କିଭଳି ପ୍ରବେଶ କରିପାରିବେ, ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଭକ୍ତମାନେ ମହାପ୍ରଭୁଙ୍କୁ ଭଲ ଭାବେ କିଭଳି ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।
ଇଟିଭି ଭାରତ, ପୁରୀ