ଛାଡ଼ଖାଇରେ ଆମିଷ ମାଡ଼: ବଢିଛି ଦର, ତଥାପି ଭିଡ଼ - CHHADAKHAI CELEBRATION
🎬 Watch Now: Feature Video
Published : Nov 17, 2024, 4:04 PM IST
କଟକ: ଆଜି ଛାଡ଼ଖାଇ ପାଳିଲେ କଟକବାସୀ । ଆମିଷ ବଜାରରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ । ଚିକେନ, ମାଛ, ମଟନ କିଣି ନେଉଛନ୍ତି ଗ୍ରାହକ । ଦାମ ଅଧିକ ରହିଥିଲେ ବି ନିଜ ନିଜ ପସନ୍ଦର ଆମିଷ କିଣିବାରେ ବ୍ୟସ୍ତ କଟକିଆ । ତେବେ ଗତକାଲି(ଶନିବାର) ସଂକ୍ରାନ୍ତି ଥିବାରୁ ଛାଡ଼ ଖାଇ ପାଳିନଥିଲେ ଲୋକେ । ଯେଉଁଥିପାଇଁ ଆମିଷ ବଜାରରେ ସେତେଟା ଭିଡ଼ ନଥିଲା ।
ଏହା ବି ପଢନ୍ତୁ... ଦିଲ୍ଲୀରେ ଓଡି଼ଆଙ୍କ ଛାଡଖାଇ ଆସର, ସ୍ବାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡର ଭୋଜି ଭେଟଘାଟ
କାର୍ତ୍ତିକ ମାସରେ ସାଧାରଣତଃ ଲୋକେ ଆମିଷ ଖାଇନଥାନ୍ତି । ଧର୍ମମାସ କାର୍ତ୍ତିକ ଶେଷ ହେବା ପରେ ଆମିଷ ବ୍ୟବସାୟ ନେଇ ଆଶାବାଦୀ ଥିଲେ ବ୍ୟବସାୟୀ । ହେଲେ ଗତକାଲି ସଂକ୍ରାନ୍ତି ଥିବାରୁ କାଁ ଭାଁ ଲୋକ ଆସି କିଣିଥିଲେ ମାଛ ମାଂସ । କିନ୍ତୁ ଆଜି ସକାଳୁ ବିଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡ଼ି ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ବାଗଡ଼ା, ଟାରଗର ଆଦିକୁ ବେଶୀ ପସନ୍ଦ କରୁଛନ୍ତି ଗ୍ରାହକ । ଦାମ ଦେଖିବାକୁ ଗଲେ ମାଛ ୧୦୦ରୁ ୨୦୦ ମଧ୍ୟରେ , ଚିକେନ ୨୫୦ରୁ ୨୮୦ ଓ ମଟନ ୭୦୦ ଟଙ୍କାରେ ବିକ୍ରି ହେଉଛି।
ଇଟିଭି ଭାରତ, କଟକ