CBI ହାବୁଡ଼ରେ ଲାଞ୍ଚୁଆ CGST ଅଧୀକ୍ଷକ - CBI Arrests CGST Superintendent

By ETV Bharat Odisha Team

Published : Jul 10, 2024, 7:10 PM IST

thumbnail
CBI Arrests CGST Superintendent (ETV Bharat Odisha)

CBI Arrests CGST Superintendent: ବ୍ରହ୍ମପୁର: ଲାଞ୍ଚ କାରବାର ଅଭିଯୋଗରେ ବ୍ରହ୍ମପୁରର CGST କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ । ଲାଞ୍ଚ କାରବାର ଅଭିଯୋଗ ହେଉଥିବା ବେଳେ ଘଟଣା ସ୍ଥଳରୁ ୧୫ ହଜାର ଟଙ୍କା ନେଉଥିବା ବେଳେ ହୋଇଛି ଚଢାଉ । ସିବିଆଇର ୧୫ ଜଣିଆ ଟିମ୍ CGSTର ବ୍ରହ୍ମପୁର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି ଚଢାଉ କରିଛନ୍ତି । ଅଭିଯୋଗ ଅନୁସାରେ ବ୍ରହ୍ମପୁର ସହରର ଆଶିଷ କୁମାର ପଣ୍ଡା ନାମକ ଠିକାଦାରଙ୍କ ଠାରୁ ଅଧୀକ୍ଷକ ମନୋଜ କୁମାର ସୁବୁଦ୍ଧି ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଘଟଣା ସମ୍ପର୍କରେ ସିବିଆଇ ନିକଟରେ ଅଭିଯୋଗ ପରେ ପୂର୍ବରୁ ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ସଂଗ୍ରହ କରିବା ପରେ ବୁଧବାର ୧୫ ଜଣ ଟିମ୍ ଅଧିକାରୀ ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଧରିଥିଲେ ।  

ଏହା ମଧ୍ୟ ପଢନ୍ତୁ... ଲାଞ୍ଚ ନେଉଥିଲେ ପୋଲିସ ବାବୁ, ମାଡି ବସିଲା ଭିଜିଲାନ୍ସ - VIGILANCE RAID

ମୁଖ୍ୟତଃ ଗତ ଫେବୃଆରୀ ମାସରେ ନିଜର ଠିକାଦାରୀ କାର୍ଯ୍ୟର ରହିଥିବା ଜମାରାଶି ଅର୍ଥ ପ୍ରଦାନ କରିବାକୁ ଆବେଦନ କରିଥିବା ସମୟରେ ଅଧିକାରୀ ଜଣଙ୍କ କୁଆଡେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେହି ଅର୍ଥକୁ ଠିକାଦାର ଆଜି ପ୍ରଦାନ କରିବା ସମୟରେ ସିବିଆଇ ଟିମ୍ ଧରିବାରେ ସକ୍ଷମ ହୋଇଥିଲେ । ମୁଖ୍ୟତଃ ଭୁବନେଶ୍ବରର ଆଣ୍ଟି କରେପସନ୍ ଟିମ୍ ନିକଟରେ ପ୍ରଥମେ ଦ୍ବାରସ୍ଥ ହୋଇଥିଲେ ଠିକାଦାର ଜଣଙ୍କ । ସିବିଆଇର ଏହି ଚଢାଉ ସମୟରେ ଦୁଇ ଜଣ ଡି.ଏସ୍.ପି ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ବ୍ରହ୍ମପୁର ସହରର ଅନନ୍ତ ନଗରରେ ରହିଥିବା CGST କାର୍ଯ୍ୟାଳୟ ପରିସରରେ ଅଧିକ ଖୋଳତାଡ ଜାରି ରଖିଛନ୍ତି । ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିବା ଏବଂ CGST ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଠିକାଦାରଙ୍କ ସହିତ ଏ ନେଇ ଅଧିକ ଆଲୋଚନା କରିଥିଲେ ଇଟିଭି ଭାରତର ସମ୍ବାଦଦାତା । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.