ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସହିଷ୍ଣୁ ହୋଇପଡିଛନ୍ତି ନବୀନ: ଟଙ୍କଧର - Tankadhar Tripathy counters Naveen

By ETV Bharat Odisha Team

Published : Jul 29, 2024, 10:56 PM IST

thumbnail
ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସହିଷ୍ଣୁ ହୋଇପଡିଛନ୍ତି ନବୀନ (ETV Bharat Odisha)

ଭୁବନେଶ୍ବର: ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ । ଯେତେବେଳେ ଲୋକଙ୍କ ଦ୍ବାରା ଲୋକଙ୍କ ସରକାର ଆସିଛି । ଜଣେ ସାଧାରଣ ଆଦିବାସୀ ପରିବାରର ଯୁବକ ମୁଖ୍ୟମନ୍ତ୍ରୀ ହୋଇଛି । ଅସହିଷ୍ଣୁ ହୋଇପଡିଛନ୍ତି ବିଜେଡି ଦଳର ମୁଖିଆ ତଥା ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ନବୀନଙ୍କୁ କାଉଣ୍ଟର କରି ଏପରି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।  

ଏହା ବି ପଢନ୍ତୁ- ମୋହନ ସରକାରଙ୍କୁ ନବୀନଙ୍କ ନିଶାନା, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର ବଜେଟ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବଜେଟ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ନିଜର ବିବୃତ୍ତି ରଖିଥିଲେ । ବଜେଟକୁ ସେ ଗେମ ଚେଞ୍ଜର ନୁହେଁ, ବରଂ ନେମ୍‌ ଚେଞ୍ଜର ବୋଲି କହିଥିଲେ । ଏହାପରେ ନବୀନଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, "ଅସହିଷ୍ଣୁ ହୋଇପଡିଛନ୍ତି ବିଜେଡି ଦଳର ମୁଖିଆ । ଏ ସରକାର କେବଳ ନେମ ଚେଞ୍ଜର ନୁହେଁ ଗେମ ଚେଞ୍ଜର ମଧ୍ୟ । ଏହା ତାଙ୍କୁ କଷ୍ଟ ହେଉଥିବ ନିଶ୍ଚିତ ଭାବରେ କାରଣ ତାଙ୍କ ଭାବନାରେ ଗୋଟିଏ ଲୋକର ନାଁରେ ଇତିହାସ ସୃଷ୍ଟି ହୁଏ ଆଉ ଗୋଟିଏ ଲୋକର ନାଁରେ ଶେଷ ହୁଏ । ଭାରତୀୟ ଜନତା ପାର୍ଟି ପାଇଁ ବିଜୁ ବାବୁ ଯେତିକି, ହରେକୃଷ୍ଣ ମହତାବ ମଧ୍ୟ ସେତିକି ।" ବିଜୁ ଯୁବ ବାହିନୀ କାହାର ଜୁମଲା ଥିଲା ? ପିଠା ଯୋଜନା କାହାର ଜୁମଲା ଥିଲା, 140ଟି ଯୋଜନା କେତେ ବାସ୍ତବତା ଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.