ମା’ ବିରଜାଙ୍କୁ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ଉମେଶ ଜେନା - BARI Assembly CONSTITUENCY

By ETV Bharat Odisha Team

Published : May 4, 2024, 7:15 PM IST

thumbnail
ବିରଜାଙ୍କୁ ଦର୍ଶନ କଲେ ଉମେଶ (Etv Bharat Odisha)

Umesh Jena offers Prayer at Biraja Temple: ଯାଜପୁର: ମା’ ବିରଜାଙ୍କୁ ଦର୍ଶନ କଲେ ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଜେନା। ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ଯୁବନେତା ଉମେଶ ଜେନାଙ୍କୁ ଦଳ ଦେଇଛି ଟିକେଟ ଦେବା ପରେ ଆଜି ସେ ପତ୍ନୀଙ୍କ ସହ ଆସି ମା’ ବିରଜାଙ୍କ ଦର୍ଶନ କରିଛନ୍ତି। ଆଜି ବିଜେପି ପାର୍ଥୀ ଉମେଶଙ୍କ ସାଙ୍ଗରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଭାପତି ଆଶୁତୋଷ ପରିଡାଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ମା’ଙ୍କ ଦର୍ଶନ କରିଛନ୍ତି l  

ଏହା ମଧ୍ୟ ପଢ଼ନ୍ତୁ.. କାହା ମୁଣ୍ଡରେ କଳାହାଣ୍ଡି କଳସ: ରାଜ୍ କରିବେ ରାଣୀ ନା ଅଙ୍କ ବିଗାଡ଼ିବେ ବିଜେଡି-କଂଗ୍ରେସ ? - KALAHANDI LOK SABHA CONSTITUENCY

ଉମେଶ ଗତ 2019 ମସିହାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ତେବେ ଏଥର ସେ ବିଜେପି ଟିକେଟ ହାତେଇବା ଆଶାରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ଗତ ଗୁରୁବାର ବିଜେପି ବରୀ ପାଇଁ ଉମେଶଙ୍କ ନାମ ଘୋଷଣା କରିଛି। ଏହି ଅବସରରେ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ତାଙ୍କୁ ଦେଇଥିବାରୁ ଦଳର ସୁପ୍ରିମୋ ମୋଦିଙ୍କ ସମେତ କେନ୍ଦ୍ର ତଥା ରାଜ୍ୟ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟକୁ ପସନ୍ଦ କରି ବରୀର ଜନସାଧାରଣ ତାଙ୍କୁ ନିର୍ବାଚନରେ ବିପୁଳ ଭୋଟରେ ଜିତାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମା’ ବିରଜାଙ୍କ ଦର୍ଶନ କରି ବିଜୟର ଆଶୀର୍ବାଦ ଭିକ୍ଷା କରିବା ସହିତ ଅବହେଳିତ ବରୀର ବିକାଶ ପାଇଁ ସେ ବଜ୍ର ଶପଥ ନେଇଛନ୍ତି।  

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.