ଲୋକଙ୍କୁ 5 ବର୍ଷିଆ ବିଧାୟକ ଦରକାର ପାଞ୍ଚ ମାସିଆ ନୁହେଁ: ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି - ODISHA ASSEMBLY ELECTION 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : Apr 2, 2024, 4:45 PM IST
BJP MLA Candidate Target BJD: ରାଉରକେଲା: ଆଜି ବିଜେପି ପ୍ରକାଶ କରିଛି ନିଜର ୧୧୨ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା । ଏହି କ୍ରମରେ ରାଉରକେଲା ସହରର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ବିଜେପି ନେତା ଏବଂ RSSର ବରିଷ୍ଠ କର୍ମୀ ଦୁର୍ଗା ତନ୍ତିଙ୍କୁ ଦଳ ଟିକେଟ ପ୍ରଦାନ କରିଛି । ଏହାକୁ ନେଇ ସେ ବିଜେପି ଦଳର ବରିଷ୍ଠ ନେତୃତ୍ବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏ ସମ୍ପର୍କରେ ସେ କହିଛନ୍ତି ଯେ," ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ତିନି ତିନି ଥର ବିଜେଡି ବିଧାୟକ ହୋଇଥିବା ସୁବ୍ରତ ତରାଇ ଏବଂ ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ର ସରକାରଙ୍କ ଉନ୍ନତି ଏବଂ ସଫଳତାକୁ ନେଇ ମୈଦାନକୁ ଓହ୍ଲାଇବି । ତେବେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଆଜି ବି ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ଏହି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ରହିଛି ବିଭିନ୍ନ ସମସ୍ୟା ।
ଏହା ମଧ୍ୟ ପଢନ୍ତୁ... ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST
ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଗ୍ରାମଞ୍ଚଳରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇବାରେ ଅସଫଳ ହୋଇଛନ୍ତି ବିଧାୟକ । ଲୋକଙ୍କ ଦୁଃଖ ବୁଝିବାରେ ମଧ୍ୟ ଅସଫଳ ହୋଇଛନ୍ତି ବିଧାୟକ ସୁବ୍ରତ ତରାଇ ବୋଲି ଅଭିଯୋଗ ହୋଇ ଆସୁଛି । ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିଜର ଲୋକପ୍ରିୟତା ହରାଇ ବସିଲେଣି ବିଧାୟକ । ଜନସାଧାରଣ ମଧ୍ୟ ଚାହୁଁଛନ୍ତି ଯେ ଲୋକଙ୍କୁ 5 ବର୍ଷିଆ ବିଧାୟକ ଦରକାର ପାଞ୍ଚ ମାସିଆ ନୁହେଁ ବୋଲି କହିଛନ୍ତି ବିଜେପି ବିଧାନସଭା ପ୍ରାର୍ଥୀ ଦୁର୍ଗା ତନ୍ତି । ତେବେ ଦୁର୍ଗା ତନ୍ତି କହିଛନ୍ତି ଯେ ଏଥର ଜନତାଙ୍କ ମୁଡ ଟିକେ ପରିବର୍ତ୍ତନ ହୋଇପାରେ ବୋଲି ହେଉଛି ଅନୁମାନ କରାଯାଇଛି । ଏଥର ପ୍ରଥମ ଥର ଭାବରେ ତାଙ୍କୁ ଏହି କାର୍ଯ୍ୟଭାର ମିଳିଛି ଏବଂ ଏଥିରେ ସଫଳ ହେବେ ବୋଲି ଦୃଢ଼ତା ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ରାଉରକେଲା