ଛତ୍ରପୁରରେ ଜମୁଛି ବିଜେପିର ପ୍ରଚାର, ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି କୃଷ୍ଣଚନ୍ଦ୍ର - KRUSHNA CHANDRA CAMPAIGN - KRUSHNA CHANDRA CAMPAIGN
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 9, 2024, 10:51 PM IST
ବ୍ରହ୍ମପୁର: ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ହାତରେ ଆଉ କମ୍ ସମୟ । ଏଭଳି ସ୍ଥଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଜମିବାରେ ଲାଗିଛି ବିଜେପି ଦଳର ପ୍ରଚାର । ଚଳିତ ବର୍ଷ ଏଠାରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ନାୟକ ନିଜର ସମର୍ଥକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଜାରି ରଖିଛନ୍ତି ନିଜର ପ୍ରଚାର । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଜନତାଙ୍କୁ ଭୋଟ୍ ଭିକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳର ରହିଥିବା ବିଭିନ୍ନ ପ୍ରମୁଖ ସମସ୍ୟାକୁ ମୁର୍ଦ୍ଦା କରୁଛନ୍ତି । ନିର୍ବାଚନରେ ପ୍ରତିଦ୍ୱିନ୍ଦିତା କରୁଥିବା କୃଷ୍ଣଚନ୍ଦ୍ର ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସମସ୍ୟା ଠାରୁ ଆରମ୍ଭ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ମୋଦିଙ୍କ ଗ୍ୟାରେଣ୍ଟି ପ୍ରତିଶୃତି ଦେଇ ଚଳିତ ନିର୍ବାଚନରେ ବିଜେପିକୁ ବହୁମତ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ....ସନ୍ଧ୍ୟାରେ ଜମୁଛି ପ୍ରଚାର, ୱାର୍ଡ ୱାର୍ଡ ବୁଲି ଚ୍ୟାଉ ପଟ୍ଟନାୟକଙ୍କ ଭୋଟ ଭିକ୍ଷା - Ramesh Chandra Campaign
ଇଟିଭି ଭାରତ, ଗଞ୍ଜାମ