୫ ଦିନ ପରେ ଜୟଦେବରେ ମତଦାନ, ବିଜେପିର ପ୍ରଚାରରେ କମ୍ପୁଛି ମୈଦାନ - BJP CAMPAIGN IN JAYADEV

By ETV Bharat Odisha Team

Published : May 20, 2024, 7:12 AM IST

thumbnail
BJP CAMPAIGN IN JAYADEV (ETV Bharat Odisha)

BJP CAMPAIGN IN JAYADEV: ନିଆଳି: ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ଜୟଦେବ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ହାତରେ ମାତ୍ର ପାଞ୍ଚ ଦିନ ବାକି ଥିବା ବେଳେ ଭୁବନେଶ୍ବର ଲୋକସଭା ଆସନ ତଥା ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେପି ଶିବିର ଚଞ୍ଚଳ ହୋଇଛି ।  ବିଜେପିର ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଜରିଆରେ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଭରୁଥିବା ବେଳେ ରୋଡ଼ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛି ଜୟଦେବ ବିଜେପି । ଜୟଦେବରୁ ବିଜେଡି ଦଳରୁ ଦୁଇ ଥର ବିଧାୟକ ହୋଇଥିବା ଅରବିନ୍ଦ ଢ଼ାଲି ଚଳିତ ଥର ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି ଅରବିନ୍ଦ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଚାରୋଟି ପଞ୍ଚାୟତରେ କର୍ମୀ ଏବଂ ସମର୍ଥକଙ୍କୁ ଧରି ରୋଡ ସୋ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ ... ଜୟଦେବରେ କଂଗ୍ରେସର ରୋଡ ସୋ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଦମଦାର ପ୍ରଚାର - Jayadev Assembly Constituency

ଜୟଦେବ ବିଧାନସଭା ଆସନ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି କହିଛନ୍ତି ଯେ ଜୟଦେବରେ ବିଧାୟକ ସମୟରେ ଅନେକ ସମସ୍ୟା ଦୂର ହୋଇଛି ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ବ୍ରିଜ ନିର୍ମାଣ ହୋଇଛି । ଲୋକଙ୍କ ସମସ୍ୟା ଦୂର ହୋଇଛି । ଆଗାମୀ ଦିନରେ କୃଷକ ମାନଙ୍କ ପାଇଁ ଧନୁଆ, କୁଆଖାଇ ଓ କୁଶଭଦ୍ରା ନଦୀ ଜଳସ୍ତର ପାଇଁ ପଦକ୍ଷେପ ନିଆଯିବ । ଉତ୍ତରା - ବାଳକାଟି ଅଠାନ୍ତର ଏବଂ ବନମାଳୀପୁର ରାସ୍ତାର ଦୋହରୀକରଣ ହୋଇଛି କାର୍ଯ୍ୟ ଜାରି ରହିଛି । 

ବିଜେପି ଆସିଲେ ଆହୁରି ବିକାଶ ହେବ ବୋଲି କହିଛନ୍ତି ଅରବିନ୍ଦ । ସେହିପରି ବିଜେପି ସମର୍ଥକ ମଧ୍ୟ ବିଜେପି ବିଜୟୀ ନେଇ ବହୁ ଆଶାବାଦୀ ବୋଲି କହିବା ସହିତ ଦେଶରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମର୍ଥକ ମାନେ ଆଶା ପ୍ରକଟ କରିଛନ୍ତି । ୨୫ ବର୍ଷର ସରକାର ଲୋକେ ଦେଖି ସାରିଲେଣି ଲୋକେ ଏବେ ଏଥର ପରିବର୍ତ୍ତନ ହେବ ବୋଲି କହିଛନ୍ତି ବିଜେପି ସମର୍ଥକ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.