ରେମୁଣାରେ ବିଜେପି ପାଇଁ କଣ୍ଟା ବିଦ୍ରୋହୀ ବିଜୟ, ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ - Remuna Assembly Constituency - REMUNA ASSEMBLY CONSTITUENCY
🎬 Watch Now: Feature Video

Published : May 25, 2024, 7:14 PM IST
Independent Candidate Bijay Sethi: ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ଆଶାୟୀ ପ୍ରାର୍ଥୀ ବିଜୟ ସେଠୀ ଏବେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ନିର୍ବାଚନ ରଣାଙ୍ଗନରେ ଲଢେଇ ପାଇଁ ବିଜୟ ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହୁଥିବା ବେଳେ କିଏ ହେବ ତାଙ୍କ ପ୍ରତିଦ୍ବନ୍ଦ୍ବୀ, କାହା ପାଇଁ ହେବେ ସେ କଣ୍ଟା ଏନେଇ ତାଙ୍କ ସହ ଆମେ ଅଧିକ ଆଲୋଚନା କରିଥିଲୁ । ଆଜି ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜୟ ନିଜର ଆଭିମୁଖ୍ୟ ବାବଦରେ ଅବଗତ କରାଇଥିଲେ । ନିଜର ଇଞ୍ଜିନିୟର ଚାକିରି ଜୀବନ ଛାଡି ରାଜନୀତିରେ ପ୍ରଥମ ଥର ପାଇଁ ପାଦ ଥାପିଥିବା ବିଜୟ ବିଜେପି ଦଳରୁ ଟିକଟ ଆଶାୟୀ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ.... ନିର୍ବାଚନୀ ମୈଦାନରେ ରଗବି ଖେଳାଳୀ କାଶୀନାଥ, ସୋରରୁ ହୋଇଛନ୍ତି ସ୍ବାଧୀନ ପ୍ରାର୍ଥୀ - Rugby Player As MLA Candidate
ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଟିକଟ କଟି ଗୋବିନ୍ଦ ଦାସଙ୍କୁ ମିଳିବା ପରେ ବିଜୟ ରେମୁଣାରେ ଏକ ଜନ ଆଶୀର୍ବାଦ ସଭା କରିଥିଲେ । ମାତ୍ର ଦଳୀୟ ଟିକଟ ଗୋବିନ୍ଦ ଦାସ ହାତେଇ ନିର୍ବାଚନ ଲଢ଼ିବାକୁ ମୈଦାନରେ ଅବତରଣ କରିଛନ୍ତି । ଏହାରି ଭିତରେ ବିଜୟ ସ୍ବାଧୀନ ଭାବେ ନିଜର ନାମାଙ୍କନ ଦାଖଲ କରି ଜଣେ ପ୍ରତିଦ୍ବନ୍ଦୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ନିଜର ନିର୍ବାଚନୀ ଏଜେଣ୍ଡା ବାବଦକୁ ବିଜୟ କହିଛନ୍ତି ଯେ, ମାନବୀୟ ମୂଲ୍ୟବୋଧର ବିକାଶ ସବୁଠୁ ଜରୁରୀ । ଏଥିପାଇଁ ସେ ଆଗାମୀ ଦିନରେ କାର୍ଯ୍ୟ କରିବା ସହ ରୁଗ୍ଣ ଅବସ୍ଥାରେ ପଡ଼ି ରହିଥିବା କଳ କାରଖାନା ପ୍ରତି କାହାର ନିଘା ନଥିବା ବେଳେ ସେସବୁ କାର୍ଯ୍ୟକ୍ଷମ କରି ରେମୁଣା ଅଞ୍ଚଳର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯିବ ।
ଏହାସହ ନିର୍ବାଚନରେ ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନଥିବା ବେଳେ 7 ପଞ୍ଚାୟତର ଲୋକ ତାଙ୍କ ସହ ରହିଥିବା କଥା କହିଛନ୍ତି । ତେବେ ବିଜେଡିରୁ ବହିଷ୍କୃତ ବିଧାୟକ ସୁଧାଂଶୁ ପରିଡ଼ା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ସେ ବିଜେଡି ପାଇଁ କଣ୍ଟା ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଜୟ ସେଠି ମଧ୍ୟ ବିଜେପି ପାଇଁ କଣ୍ଟା ହେବେ ବୋଲି ଆଲୋଚନା ହେଉଛି ।
ଇଟିଭି ଭାରତ, ବାଲେଶ୍ବର