ଆଜି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଦିବସ; ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ - Syama Prasad Mukherjee

By ETV Bharat Odisha Team

Published : Jun 23, 2024, 12:20 PM IST

thumbnail
ଆଜି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଦିବସ; ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ, କଲେ ବୃକ୍ଷରୋପଣ (ETV Bharat Odisha)

ଭୁବନେଶ୍ୱର: ଆଜି ଭାରତୀୟ ଜନସଂଘର ସଂସ୍ଥାପକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଦିବସ । ଏହି ଅବସରରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାର୍କ ଭିତରେ ବୃକ୍ଷରୋପଣ କରିଛନ୍ତି ଓ ସାଧାରଣ ଲୋକଙ୍କ ସହ ମିଶିଛନ୍ତି । ଏହି ଅବସରରେ ଆଇନ ମନ୍ତ୍ରୀ କହିଛନ୍ତି, ବିଜେପି ବିଚାରାଧାର ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା ହେଉଛନ୍ତି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ । ୧୯୫୧ ମସିହାରେ ମୁଖାର୍ଜୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ‘ଭାରତୀୟ ଜନସଂଘ’, ପରବର୍ତ୍ତୀ ସମୟରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଟ ବୃକ୍ଷର ରୂପ ନେବା ସହିତ ଆଜି ସମଗ୍ର ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ପରିଚୟ ସୃଷ୍ଟି କରିଛି । ସ୍ବର୍ଗତ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ସଂକଳ୍ପରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ଆଇନ ମନ୍ତ୍ରୀ । 

ଏହା ମଧ୍ୟ ପଢନ୍ତୁ: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ କେନ୍ଦୁଝର ଗସ୍ତ, ସ୍ବାଗତ ପାଇଁ ଜନ୍ମମାଟିରେ ବ୍ୟାପକ ପ୍ରସ୍ତୁତି

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.