thumbnail

By ETV Bharat Odisha Team

Published : Apr 13, 2024, 6:34 PM IST

ETV Bharat / Videos

ପାଲଲହଡ଼ାରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ, ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସାଂସଦ ପ୍ରାର୍ଥୀ - BJD POWER SHOW in Pallahara

Bjd Power Show In Pallahara: ଅନୁଗୋଳ: ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ପ୍ରଦର୍ଶନ । ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ମୁକେଶ ପାଲ୍ ମିଳିତ ଭାବେ କରିଛନ୍ତି କର୍ମୀ ସମାବେଶ । ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ୧୦ନଂ ଜୋନରେ କର୍ମୀ ସମ୍ମିଳନୀ କରି ଦଳ ସପକ୍ଷରେ କାର୍ଯ୍ୟ କରିବାକୁ କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି । ଆଜି (ଶନିବାର) ଦିନ ପାଲଲହଡାର ସୁଲେଇପାଳଠାରେ ବିଜେଡିର ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ ।ଏହାସହ ବିଜେପି ଏବଂ କଂଗ୍ରେସ ଛାଡ଼ି ବହୁ କର୍ମୀ ବିଜେଡିରେ ମିଶିଥିଲେ । 

ଆଗାମୀ ନିର୍ବାଚନରେ କିଭଳି ଦଳ ପାଇଁ କାର୍ଯ୍ୟ କରିବାକୁ ହେବ ସେନେଇ ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରାଯାଇଥିଲା । ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଜନକଲ୍ୟାଣ ଯୋଜନା କରିଛନ୍ତି । ସେସବୁ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଯୋଗ ଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ । 

ଏହା ମଧ୍ୟ ପଢନ୍ତୁ..... ଜିତିଥିବା ଆସନରେ ନୂଆ ମୁହଁ ରଣନୀତି, ବିଜେଡି ପାଇଁ ଅଡୁଆ ହେବ ନାହିଁ: ଅକ୍ଷୟ ସାହୁ - BJD New Face Politics

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.