thumbnail

ରଘୁନାଥପାଲ୍ଲୀରେ ବିଜେଡ଼ି ଶୋଭାଯାତ୍ରା, ନାମାଙ୍କନ ଭରିଲେ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ବେହେରା - Archana Behera files Nomination

By ETV Bharat Odisha Team

Published : May 3, 2024, 10:22 PM IST

Archana Behera files Nomination: ରାଉରକେଲା: ଆଜି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ବେହେରା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥର ପ୍ରଥମ କରି ରଘୁନାଥପାଲ୍ଲୀରେ ବିଜେଡି ପକ୍ଷରୁ ମହିଳା ପ୍ରାର୍ଥୀ ଭାବରେ ଅର୍ଚ୍ଚନା ବେହେରାଙ୍କୁ ଦଳ ଟିକଟ ଦେଇଛି । ତେବେ ଆଜି ଅର୍ଚ୍ଚନା ତାଙ୍କ ପାଟପଟୁଆର ସହିତ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସକାଳୁ ରାଉରକେଲାର ଉଦିତନଗର ସିଂହସିନୀ ମନ୍ଦିରରୁ ପୂଜା ଅର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଯାଇଥିଲେ ଅର୍ଚ୍ଚନା । ଏହି ଶୋଭାଯାତ୍ରାରେ ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ପୂର୍ବତନ ବିଧାୟକ ସୁବ୍ରତ ତରାଇ, ଆଶାୟୀ ପ୍ରାର୍ଥୀ ପ୍ରଫୁଲ୍ଲ ସୁନାନୀ ଓ ପ୍ରଶାନ୍ତ ସେଠି ମଧ୍ୟ ଯୋଗ ଦେଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.. ଶକ୍ତି ପ୍ରଦର୍ଶନ କଲା ବିଜେଡି, ନାମାଙ୍କନ ଦାଖଲ କଲେ ବାସନ୍ତି ହେମ୍ବ୍ରମ - Basanti Hembram Files Nomination

କିଛିଦିନ ତଳେ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ଆଜି ବିଜେଡି ପକ୍ଷରୁ ବ୍ୟାପକ ଶକ୍ତି ପ୍ରଦର୍ଶନ କରି ବିଶାଳ ଜନ ସମର୍ଥନରେ ଆସି ସମର୍ଥକ ମାନଙ୍କ ମଧ୍ୟରେ ନାମାଙ୍କନ ଭରା ଯାଇଛି ଏବଂ ବହୁ ସଂଖ୍ୟାରେ ପ୍ରାୟ 5 ହଜାର ଲୋକ ବା ସମର୍ଥକ ଯୋଗ ଦେଇଥିଲେ । ଖରାକୁ ଖାତିର ନକରି ଆସି ବିଜେଡି ପାଇଁ ସମର୍ଥନ ଦେଇଥିବାରୁ ପ୍ରାର୍ଥୀ ଅର୍ଚ୍ଚନା ବେହେରା ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସେ କହିଛନ୍ତି ଯେ ଏଥର ବିପୁଳ ଜନ ସମର୍ଥନ ଲୋକଙ୍କ ପକ୍ଷରୁ ମିଳୁଛି । ରାଜ୍ୟ ସରକାରଙ୍କ ବିକାଶର ଧାରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବା ଆଜି ଏହି ସମର୍ଥନ ଆଣିଛି । ଲୋକଙ୍କ ସହ ମିଶି ଲୋକଙ୍କ ମଧ୍ୟରେ ରହି ଲୋକଙ୍କ ପାଇଁ କାମ କରିବି ବୋଲି କହିଛନ୍ତି ଅର୍ଚ୍ଚନା ବେହେରା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.