ପୋଲାଭରମ ପ୍ରକଳ୍ପକୁ ବନ୍ଦ କର, ନଚେତ ଆଗକୁ ଆନ୍ଦୋଳନ ଜୋରଦାର ହେବ: ପ୍ରଦୀପ ମାଝୀ - Polavaram Project

By ETV Bharat Odisha Team

Published : Sep 14, 2024, 11:05 PM IST

thumbnail
POLAVARAM PROJECT (ETV Bharat Odisha)

ମାଲକାନଗିରି: ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ବନ୍ୟା ପ୍ରଭାବିତ ଅଞ୍ଚଳ ପୋଟେରୁ, ଭେଜାଙ୍ଗୱାଡା, ପୋଡ଼ିଆ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛି ବିଜେଡିର ଏକ ଟିମ୍ । ମାଲକାନଗିରି ଜିଲ୍ଲାର BJD ସଭାପତି ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ ସମେତ ଜିଲ୍ଲାର ଅନେକ ବରିଷ୍ଠ ବିଜେଡି ନେତା ବନ୍ଯାଞ୍ଚଳ ଗସ୍ତ କରିଛନ୍ତି । ଦଳ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । 
 

ଏହି ଅବସରରେ ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, "ମାଲକାନଗିରିରେ ପୋଲାଭରମ ପ୍ରକଳ୍ପର ପ୍ରକୋପ ବର୍ତ୍ତମାନଠାରୁ ଦେଖିବାକୁ ମିଳିଲାଣି । ଏହି ଅଞ୍ଚଳ ଯେପରି ଭାବରେ ବନ୍ୟାପାଣିରେ ବୁଡ଼ିକି ରହିଲା, ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଯଦି ପୋଲାଭରମ ପ୍ରକଳ୍ପ ହୁଏ ତେବେ ଏସବୁ ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହେବ । କିନ୍ତୁ ସରକାର ସମ୍ପୂର୍ଣ୍ଣ ନିରବ । ଏ ଅଞ୍ଚଳର ଏତେ କ୍ଷତି ହେବାପରେ ଏଭଳି କିଛି ଗାଁ ଅଛି ଯେଉଁଠି ସରକାରଙ୍କ ତରଫରୁ କୌଣସି ସହାୟତା ମିଳିନାହିଁ । ଅସହାୟ ଲୋକ ନିଜ ଅବସ୍ଥାରେ ନିଜେ ଅଛନ୍ତି । ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରି ଯିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ କି ବ୍ଲକ ପ୍ରଶାସନ ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ । ସରକାରଙ୍କୁ ଅନୁରୋଧ ଲୋକମାନଙ୍କ ସଠିକ ଭାବରେ କ୍ଷୟକ୍ଷତି ଆକଳନ କରାଯାଇ ସେମାନଙ୍କ ନିକଟରେ ପହଞ୍ଚାଯାଉ । ଏହାସହ ମାଲକାନଗିରିର ସୁରକ୍ଷା ପାଇଁ ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବାକୁ ଆମେ ଆହ୍ବାନ ଦେଉଛୁ । ଯଦି ସରକାର ଏହାକୁ ବନ୍ଦ ନ କରନ୍ତି ତେବେ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।  

ଏହା ମଧ୍ୟ ପଢ଼ନ୍ତୁ...ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ: ବୁଲିଲେ ବନ୍ୟାଞ୍ଚଳ, ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - CM Mohan Visits Malkangiri

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.