ହୋଲି ଅଘଟଣ ଏଡାଇବାକୁ ପ୍ରସ୍ତୁତି, ଜଳାଶୟ-ନଦୀପଠା ଜଗିଛନ୍ତି ଅଗ୍ନିଶମ ବାହିନୀ - fire team alert for holi - FIRE TEAM ALERT FOR HOLI
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/26-03-2024/640-480-21072704-thumbnail-16x9-77.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 26, 2024, 12:28 PM IST
Fire service dept on alert for Holi: ଭୁବନେଶ୍ୱର: ରଙ୍ଗର ପର୍ବର ହୋଲିକୁ ନେଇ ଉତ୍ସବମୁଖର ସାରା ରାଜ୍ୟ । ରଙ୍ଗ ଖେଳି ସାରିବା ପରେ ଲୋକମାନେ ସାଧାରଣତଃ ଜଳାଶୟ ଓ ନଦୀପଠା ଗୁଡିକରେ ଗାଧୋଇଥାନ୍ତି । ହେଲେ ଏହି ସମୟରେ ଅସାବଧାନତା ବଶତଃ ଅନେକ ବଡ ବଡ ଅଘଟଣ ସାମ୍ନାକୁ ଆସିଥାଏ । ଏହି ଅଘଟଣକୁ ଏଡାଇବାକୁ ଭୁବନେଶ୍ବର ଅଗ୍ନିଶମ ବିଭାଗ ଦ୍ୱାରା ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୁଆଖାଇ, ଦୟା ନଦୀପଠା, ବାଙ୍କୁଆଳ ଘାଇ, ବାଳକାଠି ସାଇଫୁନ, ପାହାଳ, ପୁରୀ କେନାଲ ଉପରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି । ସେଠାରେ ଫାୟାର ଟିମ ମୁତୟନ ହେବା ସହ ଲାଇଫ ଜ୍ୟାକେଟ ଭଳି ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ଟିମ ଆଲର୍ଟ ଥିବାବେଳେ ରାଜଧାନୀ ଭୁବନେଶ୍ୱର ପାଇଁ ବାହାରୁ ମଧ୍ୟ 5ଟି ଟିମ୍ ମଗାଯାଇଥିବା ନେଇ କହିଛନ୍ତି ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ । ଅନ୍ୟପଟେ ନିଶାସକ୍ତ ଅବସ୍ଥାରେ ପୋଖରୀ ଓ ନଦୀଗୁଡିକରେ ନ ଗାଧୋଇବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ଅପିଲ କରାଯାଇଛି । ଏନେଇ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ପ୍ରତିନିଧି ତାପସ ପରିଡା ।
ଏହାମଧ୍ୟ ପଢନ୍ତୁ.. ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ - Holi 2024
ଇଟିଭି ଭାରତ, ଭୁବନେଶ୍ୱର