ରାଷ୍ଟ୍ରପତି ବାନ୍ଧିଲେ ଓଡ଼ିଆ ପିଲାଙ୍କ ରାକ୍ଷୀ, କେମିତି ଥିଲା ଅନୁଭୂତି ଇଟିଭି ଭାରତରେ ବଖାଣିଲେ ଛାତ୍ରଛାତ୍ରୀ - Students ties rakhi to President

By ETV Bharat Odisha Team

Published : Aug 24, 2024, 11:04 PM IST

thumbnail
ରାଷ୍ଟ୍ରପତି ବାନ୍ଧିଲେ ଓଡ଼ିଆ ପିଲାଙ୍କ ରାକ୍ଷୀ (ETV Bharat Odisha)

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁଙ୍କୁ ରାକ୍ଷୀ ବାନ୍ଧି ଫେରିଲେ ଓଡିଆ ଛାତ୍ରଛାତ୍ରୀ । ବ୍ରହ୍ମପୁରକୁ ଫେରିବା ପରେ ଅନୁଭୂତି ବଖାଣିଛନ୍ତି ସହରର ପାଞ୍ଚ ଜଣ ବିଦ୍ୟାର୍ଥୀ । ରକ୍ଷାବନ୍ଧନ ଅବସରରେ ସହରର ମୀନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିଏର୍ସ ହାଇସ୍କୁଲର ଏହି ବିଦ୍ୟାର୍ଥୀ ମାନେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଆଲୋଚନା କରିବାର ସୁଯୋଗ ପାଇଥିଲେ ।

ଏପରିକି ବିଦ୍ୟାର୍ଥୀ ମାନେ ନିଜେ ପ୍ରସ୍ତୁତ କରିଥିବା ଫଟୋ ଚିତ୍ର ରାଷ୍ଟ୍ରପତି ମର୍ମୁଙ୍କୁ ପ୍ରଦାନ କରିବା ସହିତ ସାକ୍ଷାତକାର ପରେ ବିଦ୍ୟାର୍ଥୀ ମାନେ ରାଷ୍ଟ୍ରପତିଙ୍କ ସହ ମିଶି ଫଟୋ ଉଠାଇବା ସହିତ ରାଷ୍ଟ୍ରପତି ଭବନ ପରିସରରେ ବୁଲିବା ଏବଂ ସମୁଚିତ ବ୍ୟବସ୍ଥା ଗୁଡ଼ିକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥିବା ନେଇ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ବିଦ୍ୟାର୍ଥୀଙ୍କୁ କଠୋର ପରିଶ୍ରମ କରି ଜଣେ ଜଣେ ସଫଳ ମଣିଷ ହେବା ସହିତ ଦେଶ, ବିଦ୍ୟାଳୟ ଓ ପରିବାରକୁ ଗୌରବାନ୍ବିତ କରିବା ପାଇଁ ସଦୁପଦେଶ ପ୍ରଦାନ କରିଥିଲେ ।

ବିଦ୍ୟାର୍ଥୀ ମାନେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ଯେତେ ପରିମାଣର ମନରେ ଆଗ୍ରହ ରହିଥିବା ବିଦ୍ୟାଳୟର କର୍ମକର୍ତ୍ତାଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଯୋଗ ଦେବା ସେମାନଙ୍କ ଜୀବନବ୍ୟାପି ଏହି ଅନୁଭୂତି ରହିବ ବୋଲି ବିଦ୍ୟାର୍ଥୀ ମାନେ ନିଜର ପ୍ରତିକ୍ରିୟାରେ କହିଛନ୍ତି । 

ଏହାମଧ୍ୟ ପଢନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ମହିଳା ସୁରକ୍ଷାର ବାର୍ତ୍ତା ଦେଲେ ରାଷ୍ଟ୍ରପତି; ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.