thumbnail

By ETV Bharat Odisha Team

Published : Jun 26, 2024, 10:56 PM IST

ETV Bharat / Videos

ବ୍ରହ୍ମପୁରରେ ନିଶାମୁକ୍ତ ଅଭିଯାନ, ପଦଯାତ୍ରା ମାଧ୍ୟମରେ ସଚେତନତା - Awareness rally Against Drug Abuse

DRUG Awareness rally in Berhampur: ବ୍ରହ୍ମପୁର: ଆଜିର ଦିନରେ ବହୁ ମାତ୍ରାରେ ଯୁବପିଢି ମାଦକ ଦ୍ରବ୍ୟ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟରେ ଜୁନ ୨୬ ତାରିଖକୁ ଅନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଟ୍ରାକିଂ ବିରୋଧି ଦିବସ ପାଳନ ହେଉଛି । ସେହିକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ବ୍ରହ୍ମପୁର ସହରରେ ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଅବୈଧ କାରବାର ବିରୋଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ସହରର ଏମ୍.କେ.ସି.ଜି ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରୁ ବାହାରିଥିବା ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । 

ଏହା ସହ ଯୁବବର୍ଗଙ୍କୁ ମାଦକ ଦ୍ରବ୍ୟ ଓ ଡ୍ରଗସ୍ ଠାରୁ ଦୂରେଇ ରହିବାକୁ ଆହ୍ବାନ କରିଥିଲେ । ଏପରିକି ଏଥିପ୍ରତି ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ବେଳେ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ମାନେ ଏଥିପ୍ରତି ବ୍ୟାପକ ସଚେତନତା କରିବାକୁ ଆହ୍ବାନ କରାଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ନିକଟରେ ଶୋଭାଯାତ୍ରା ଉଦାଯାପିତ ହୋଇଥିଲା । ପରେ ମହାନଗର ନିଗମର ଗେଷ୍ଟ ହାଉସ ପରିସରରେ ଆୟୋଜିତ ସଚେତନତା ସଭାରେ ଅତିଥି ଭାବରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ମାନସିକ ରୋଗ ବିଭାଗର ବରିଷ୍ଠ ଚିକିତ୍ସିକ ଡାକ୍ତର ବିଭୂକଲ୍ୟାଣ ସାହୁ ଯୋଗ ଦେଇଥିଲେ । ସେଠାରେ ସେ  ମାଦକ ଦ୍ରବ୍ୟ ଓ ଡ୍ରଗସରୁ ବ୍ୟବହାର ଏବଂ ତାର ଶରୀର ଏବଂ ମାନସିକ ସ୍ଥିତିରେ ଦେଖିବାକୁ ମିଳୁଥିବା କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। 

ଏହା ମଧ୍ୟ ପଢ଼ନ୍ତୁ... ନିଶାମୁକ୍ତ ଭାରତ ଅଭିଯାନ: NCB ପକ୍ଷରୁ ବାଇକ ରାଲି - NCB Drug Dwareness drive

ଏହି ଅବସରରେ ସହରର ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର କର୍ମକର୍ତ୍ତାଙ୍କ ସମେତ ସହରର ସାମନ୍ତରାୟ ଏକୋଡମୀର ବହୁ ବିଦ୍ୟାର୍ଥୀ ମାନେ ସଚେତନତା ଶୋଭାଯାତ୍ରା ଏବଂ ସଭାରେ ଯୋଗଦାନ କରିଥିଲେ। ସୁସ୍ଥ ଜୀବନ ଅତିବାହିତ ପାଇଁ କିଭଳି ଯୁବ ବର୍ଗ ପଦକ୍ଷେପ ନେବେ ସେ ନେଇ ଆଲୋକପାତ କରିଥିଲେ । ସେହିପରି ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.