ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
🎬 Watch Now: Feature Video
Tribute to Pulwama attack Brave hearts: ରାଉରକେଲା: ଆଜି ପୁଲୱାମା ଆକ୍ରମଣକୁ ୫ ବର୍ଷ ବିତି ଯାଇଛି । ଆକ୍ରମଣରେ ସହିଦ ଯବାନଙ୍କୁ ମନେ ପକାଇଛି ସମଗ୍ର ଦେଶ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତେବେ ଆଜି ରାଉରକେଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ପୁଲଓ୍ବାମା ଆତ୍ମଘାତୀ ବିସ୍ଫୋରଣକୁ 5 ବର୍ଷ, ସହିଦ ମନୋଜଙ୍କୁ ଝୁରୁଛି ଗାଁ ମାଟି
ଆଜି ହେଉଛି ସାରା ଭାରତ ପାଇଁ କଳା ଦିବସ । 2019 ମସିହା ଆଜି ଦିନରେ ପୁଲୱାମା ଆକ୍ରମଣରେ 44ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିଲେ । ସେହି ଆକ୍ରମଣରେ ୪୦ ଜଣ ଭାରତୀୟ ବୀର ଯବାନ ବୀରଗତିକୁ ପ୍ରାପ୍ତ ହୋଇଥିଲେ । ଯେଉଁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା । ତେବେ ସେହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସମସ୍ତ ସହିଦ ଯବାନଙ୍କ ଫୋଟୋ ଚିତ୍ର ଆଗରେ ଦୀପ ଦ୍ୱାରା ଜୟ ହିନ୍ଦ ଲେଖାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତେବେ କେବଳ ରାଉରକେଲା ନୁହେଁ ସମଗ୍ର ଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ସୁନ୍ଦରଗଡ଼ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମୁଖ୍ୟ କହିଛନ୍ତି ।
ଇଟିଭି ଭାରତ, ରାଉରକେଲା