କେଦାରନାଥରେ ଭୟଙ୍କର ହିମସ୍ଖଳନ, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ - Avalanche near Kedarnath Temple

By ETV Bharat Odisha Team

Published : Jun 30, 2024, 10:17 PM IST

thumbnail
କେଦାରନାଥରେ ଭୟଙ୍କର ହିମସ୍ଖଳନ, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ (ETV Bharat)

ଡେରାଡୁନ: ରବିବାର ସକାଳୁ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ଭୟଙ୍କର ହିମସ୍ଖଳନ ହୋଇଛି । ମନ୍ଦିର ପଛ ଭାଗ ପାହାଡ଼ରୁ ହଠାତ ଖସିଥିଲା ବରଫ ଅତଡ଼ା । ସୌଭାଗ୍ୟବଶତଃ ତୀର୍ଥଯାତ୍ରୀ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି । କାହାର କୌଣସି କ୍ଷତି ହୋଇନଥିବା ବେଳେ କେହି ମୃତାହତ ମଧ୍ୟ ହୋଇନାହାନ୍ତି । ରବିବାର ସକାଳ 5ଟା 46ରେ ଏହି ହିମସ୍ଖଳନ ହୋଇଥିବା କୁହାଯାଉଛି । ପାହାଡ଼ରୁ ବରଫ ଅତଡ଼ା ଖସି ଭୂମିପୃଷ୍ଠ ନିକଟତର ହୋଇଥିଲା ।  

ଏହା ବି ପଢନ୍ତୁ- ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ, ଘୁରି ଘୁରି ଖସିପଡିଲା ହେଲିକପ୍ଟର, ତା' ପରେ...

ଏହି ହିମସ୍ଖଳନ ସମୟରେ ବରଫରେ ଆଚ୍ଛାଦିତ ପାହାଡ଼ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା । ଏହାପରେ କେଦାରନାଥରେ ତୀର୍ଥଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ତେବେ ସମୟେ ସମୟେ ଏପରି ହିମସ୍ଖଳନ ହୁଏ ବୋଲି ରୁଦ୍ରପ୍ରୟାଗ ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି । ଏଠାରେ ଅଧିକ ତୁଷାରପାତ ହେବା ଯୋଗୁଁ ଏପରି ହୋଇଥାଏ ବୋଲି ସେ କହିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.