ଆଶା ଭୋସଲେଙ୍କ ଜୀବନୀ ଫଟୋ ସଙ୍କଳନ ଉନ୍ମୋଚନ କଲେ ଶାହ, ଆଶା ଗାଇଲେ ‘ଅଭି ନା ଯାଓ ଛୋଡକର’ - Asha Bhosle
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/06-03-2024/640-480-20922303-thumbnail-16x9-asha.jpeg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 6, 2024, 10:42 PM IST
Asha Bhosle sings song: ମୁମ୍ବାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସେଲଙ୍କ ଜୀବନୀ ସମ୍ପର୍କିତ ଏକ ଫଟୋ ସଙ୍କଳନକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉନ୍ମୋଚନ କରିଛନ୍ତି । ମୁମ୍ବାଇରେ ଗୃହମନ୍ତ୍ରୀ ଶାହ ଆଶାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି । ଜୀବନୀ ଫଟୋ ସଙ୍କଳନକୁ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶାହ ଉନ୍ମୋଚନ କରିଥିଲେ । ଏହା ପରେ ଆଶାଙ୍କୁ ଏକ ଗୀତ ଗାଇବାକୁ ଶାହ ଅନୁରୋଧ ମଧ୍ୟ କରିଥିଲେ । ଆଶା ମଧ୍ୟ ଏକ ଗୀତ ଗାଇ ଶୁଣାଇଥିଲେ । ଏହି କାର୍ଯ୍ୟକ୍ରମର ଭିଡିଓ ଆଶା ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସମସ୍ତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆଶାଙ୍କ ନିକଟରେ ଗୃହମନ୍ତ୍ରୀ ଶାହ ବସିଛନ୍ତି । ଆଶା 60 ଦଶକରେ ମୁକ୍ତିଲାଭ କରିଥିବା ତାଙ୍କର ଲୋକପ୍ରିୟ ଗୀତ ‘ଅଭି ନା ଯାଓ ଛୋଡକାର’ର କିଛି ପଂକ୍ତି ଗାଇ ଶୁଣାଇଥିଲେ । ସଙ୍ଗୀତ କିମ୍ବଦନ୍ତୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଭଉଣୀ ହେଉଛନ୍ତି ଆଶା ଭୋସଲେ । ସଙ୍ଗୀତ ସାଧାନା କ୍ଷେତ୍ରରେ ଅଦ୍ବିତୀୟ ଛାପ ଛାଡିଥିବା ଆଶା ଅନେକ ସମ୍ମାନଜନକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି ।