ଲୌହ ଦାନବ ନେଲା ଦନ୍ତାର ଜୀବନ - TRAIN HITS ELEPHANT
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/02-11-2024/640-480-22812861-thumbnail-16x9-bbsr123.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 2, 2024, 6:54 PM IST
ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ । ପୂର୍ବତଟ ରେଳପଥର ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ଘଟିଛି ଏହି ଅଘଟଣ । ୩୫ ଟିକିଆ ହାତୀପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବାବେଳେ ଧକ୍କା ଦେଇଛି ଟ୍ରେନ । ମୃତ ଦନ୍ତାର ବୟସ ପ୍ରାୟ ୨୦ବର୍ଷ ବୋଲି ଜଣାପଡିଛି । ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ଫରେଷ୍ଟ ସେକ୍ସନ ଚିନ୍ତାପୋଖରୀ ଗ୍ରାମ ନିକଟରେ ଗତ ମଧ୍ୟ ରାତ୍ରରେ ଏହି ଅଘଟଣ ଘଟିଛି । ମେରାମୁଣ୍ଡଳୀ ଷ୍ଟେସନଠାରୁ ମାତ୍ର ୩ କିଲୋମିଟର ଦୂର ଅପଲାଇନରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ , ରେଳ ବିଭାଗ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି । ହାତୀ ପଲ ସ୍ଥାନୀୟ ଜଙ୍ଗଲରେ ରହିଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ସେପଟେ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ସରପଞ୍ଚ ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ଟ୍ରେନ ଧକ୍କାରେ ଆଖି ବୁଜିଲା ଛୁଆ ହାତୀ: ଭୁଲ କାହାର ? କହିଲେ PCCF
ଇଟିଭି ଭାରତ, ଢେଙ୍କାନାଳ