ବାଟବଣା ଯୋଜନା, ଅବ୍ୟବସ୍ଥା ଘେରରେ 'ଆମ ପାଠାଗାର' - Ama Pathagara

By ETV Bharat Odisha Team

Published : Jul 13, 2024, 10:35 PM IST

thumbnail
Ama Pathagara (ETV Bharat Odisha)

Ama Pathagara: ରାଉରକେଲା: ଅବ୍ୟବସ୍ଥା ଘେରରେ ରାଉରକେଲାର 'ଆମ ପାଠାଗାର'। କେଉଁଠି ପିଲା ନାହାନ୍ତି ତ କେଉଁଠି ତାଲା ପଡିଛି । ଆଉ କେଉଁଠି ଚେୟାର ଟେବୁଲ ମଧ୍ୟ ଗାଏବ ହୋଇଯାଇଛି । ପ୍ରଶାସନର ଅବହେଳାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ କୋମାରେ ଲକ୍ଷ ଲକ୍ଷ ଟଙ୍କାର ଜନ ହିତକାରୀ ପ୍ରକଳ୍ପ । କିଛି ବର୍ଷ ତଳେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପାଠାଗାର ଆନ୍ଦୋଳନକୁ ତ୍ବରାନ୍ବିତ କରାଯାଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଠାଗାର ବିକାଶ କରାଯାଇଥିଲା । ତେବେ ରାଉରକେଲାର ୪ଟି ସ୍ଥାନରେ ସରକାରଙ୍କ ପକ୍ଷରୁ ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା କରାଯାଇଥିଲା ‘ଆମ ପାଠାଗାର’ । ଯେଉଁଠାରେ ନର୍ସରୀରୁ ନେଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ଯାଏଁ ପିଲାଙ୍କ ପାଠପଢା ପାଇଁ ବ୍ୟବସ୍ଥା ରହିଥିଲା । ହେଲେ କର୍ମଚାରୀ ଏ ଭିତ୍ତିଭୂମି ଅଭାବ ଏବଂ ପାଠ୍ୟପୁସ୍ତକ ସଙ୍କଟ ଯୋଗୁଁ ପାଠକଙ୍କୁ ଆକୃଷ୍ଟ କରିପାରୁନି ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ପାଠାଗାର ସମସ୍ୟାରେ ପଡୁନି ପୂର୍ଣ୍ଣଛେଦ, ଭବିଷ୍ୟତ ଗଢିବା ନେଇ ଚିନ୍ତାରେ ଛାତ୍ରଛାତ୍ରୀ - Biswanath Library Negligence

ବସ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନେ କିପରି ଶିକ୍ଷା ଗ୍ରହଣକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ଖୋଲାଯାଇଛି ‘ଆମ ପାଠାଗାର' । ସହରର ଆରଏସପି ସାତତାଲା ସମ୍ମୁଖ, ବାସନ୍ତୀ କଲୋନୀର ହରିପୁରବସ୍ତି ଏବଂ ଛେଣ୍ଡ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ନିକଟ ସହ ପାନପୋଷ ରୁପୁଟଲା ବସ୍ତିରେ ଏହି ପାଠାଗାର ରହିଛି । ‘ଆମ ପାଠାଗାର’ର ରକ୍ଷାଣବେକ୍ଷଣ ଦାୟିତ୍ବ ବସ୍ତିର ଏସ୍‌ଡିଏ କମିଟିକୁ ଦିଆଯାଇଥିଲା । ହେଲେ ବିଡ଼ମ୍ବନାର ବିଷୟ, ଗତ କିଛି ମାସ ହେବ ସହରର ସମସ୍ତ ୪ଟି ଯାକ ପାଠାଗାର ବିପର୍ଯ୍ୟସ୍ତ ହୋଇପଡ଼ିଛି ।
 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.