ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଉଦ୍ୟମରତ: ରାଜ୍ୟ କ୍ରୀଡାମନ୍ତ୍ରୀ - ସର୍ବଭାବତୀୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 28, 2024, 12:47 PM IST

All India Volley Ball Cup 2024 ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ କ୍ରୀଡା ପାଇଁ ଷ୍ଟାଡିୟମର ନିର୍ମାଣ କରିବା ସହ କିଭଳି କ୍ରୀଡ଼ାର ଆହୁରି ବିକାଶ ହେବ ସେନେଇ ପ୍ରଚେଷ୍ଟା ଜାରି ରହିଥିବା ନେଇ ଅନୁଗୋଳ ଠାରେ ଆୟୋଜିତ ଦୁଇଦିନିଆ ଅଲ ଇଣ୍ଡିଆ ଭଲିବଲ ଟୁର୍ଣ୍ଣଆମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ।

ଅନୁଗୋଳ ସିଟିଜେନ୍ ପକ୍ଷରୁ ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ସହରର ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା (ପ୍ରାଇଡ଼ ଫର୍ ପବିତ୍ର ମୋହନ) ଦୁଇ ଦିନିଆ ଅଲ ଇଣ୍ଡିଆ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 8ଟି ଟିମ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନରେ ସନ୍ଥପଡାକୁ ହରାଇ ଗୋବରା ଚମ୍ପିଆନ ହୋଇଥିଲା । ଅନ୍ତିମ ଦିବସରେ ସର୍ବଭାରତୀୟ ସ୍ତରରୁ ୪ଟି ଦଳ ବିଳାସପୁର ରେଳବାଇ,ଆନ୍ଧ୍ରପ୍ରଦେଶର ବାଲୁଙ୍କେଶ୍ୱର, ରାଉରକେଲାର ରାଇଜିଙ୍ଗ କ୍ଲବ ଓ ଗୋବରା ଭାଗ ନେଇଥିଲେ । ଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶ ବାଲୁଙ୍କେଶ୍ୱର କ୍ଲବ୍ ୨-୦ ସେଟ୍‌ରେ ରାଉରକେଲାର ରାଇଜିଂ କ୍ଲବ୍‌କୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । 

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ, ନେହା କକ୍କରଙ୍କ ଗୀତରେ ଝୁମିଲେ ଦର୍ଶକ

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତ ବେହେରା, ମୁଖ୍ୟ ବକ୍ତା ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଢେଙ୍କାନାଳ ସାଂସଦ ମହେଶ ସାହୁ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ କୁନ ବିହାରୀ ଦାଶ, ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହାସହ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଅନୁଗୋଳ ସିଟିଜେନର ଉପଦେଷ୍ଠା ମାନସ ରଞ୍ଜନ ମିଶ୍ର ଓ ସଭାପତି ଦୀପକ ରାଉଳଙ୍କ ସହଯୋଗରେ ସଫଳ ଭାବେ ଖେଳ ସମାପନ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.