ଦର୍ଶନ କରନ୍ତୁ ଘଟଗାଁ ରାଣୀ ମା' ତାରିଣୀଙ୍କ ଦିବ୍ୟ ଆଳତୀ - Tarini Alati - TARINI ALATI
🎬 Watch Now: Feature Video
Published : Jun 4, 2024, 6:47 AM IST
କେନ୍ଦୁଝର: ଘଟଗାଁ ରାଣୀ ମା' ତାରିଣୀ । କରୁଣାମୟୀ ଦୁଃଖହାରିଣୀ । ଭକ୍ତର ମା ତାରିଣୀ ମା' । କେନ୍ଦୁଝର ଜିଲ୍ଲା ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ । ନଡି଼ଆ ରାଣୀ ଭାବେ ସର୍ବବିଦିତ ମା' । ମା' ତାରିଣୀଙ୍କ କୃପାରେ ପଙ୍ଗୁ ଲଙ୍ଘେ ଗିରି, ଦୂବ ହୁଏ ଦାରୁ । ତାରିଣୀ ମା'ଙ୍କୁ ନଡିଆଟିଏ ଯାଚି ଦେଲେ ସବୁ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ କରନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ପ୍ରଭାତରେ ଘଟଗାଁ ପୀଠରେ ମା' ତାରିଣୀଙ୍କ ଦିବ୍ୟ ଆଳତୀ କରାଯାଏ । ସବୁଦିନ ଭଳି ଆଜି ପ୍ରଭାତରୁ ପୂଜକ ଓ ସେବାୟତମାନେ ମା'ଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛନ୍ତି ମନ୍ଦିର ପରିସର । ଯାହାକି ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶର ସୃଷ୍ଟି କରୁଛି । ସକାଳୁ ସକାଳୁ ଘଟଗାଁରୁ ଦର୍ଶନ କରନ୍ତୁ ନଡ଼ିଆ ରାଣୀ ମା' ତାରିଣୀଙ୍କ ଦିବ୍ୟ ଆଳତୀ...