ଘଟଗାଁରୁ ଦର୍ଶନ କରନ୍ତୁ ମା' ତାରିଣୀଙ୍କ ଦିବ୍ୟ ଆଳତୀ, ଶୁଭମୟ ହେବ ଦିନ - Maa Tarini Alati - MAA TARINI ALATI
🎬 Watch Now: Feature Video
Published : Jun 6, 2024, 6:38 AM IST
Maa Tarini Alati: କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । ନଡ଼ିଆ ପ୍ରିୟ ବୋଲି ନଡ଼ିଆ ରାଣୀ ଭାବେ ସର୍ବବିଦିତ ମାଆ ତାରିଣୀ । ତାଙ୍କରି ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ । ପ୍ରତିଦିନ ଭୋରରୁ ମାଆ ତାରିଣୀଙ୍କ ଆଳତୀ କରାଯାଏ । ଏହି ଦିବ୍ୟ ଆଳତୀ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୁଏ ପୀଠରେ । ସବୁଦିନ ଭଳି ଆଜି ମଧ୍ୟ ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଘଣ୍ଟା ଘଣ୍ଟା, ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ସିନ୍ଦୁର ମନ୍ଦାର ମାଳରେ ଝଟକୁଛନ୍ତି ମାଆ । ଘଟଗାଁ ସ୍ଥିତ ତାରିଣୀ ପୀଠର ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ । ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ମାଆଙ୍କ ପାଖରେ ମାନସିକ କଲେ ତାହା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି ।