ପୁଣିଥରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ପ୍ରାର୍ଥୀ କଲା ବିଜେପି - Puri Assembly Constituency
🎬 Watch Now: Feature Video
Puri Assembly Constituency ପୁରୀ: 2024 ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ପୁରୀ ବିଧାନସଭା ଆସନରୁ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେପଟେ ବିଜେପି ତାଙ୍କ ଉପରେ ପୁଣିଥରେ ବିଶ୍ୱାସ କରି ପ୍ରାର୍ଥୀ କରିଥିବାରୁ ଦଳର ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ 2019 ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ି ପୁରୀ ବିଧାନସଭା ଆସନକୁ ଅକ୍ତିଆର କରିଥିଲେ ଜୟନ୍ତ ।
ବିଜେପିରୁ ପୁଣିଥରେ ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖି ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି, "ପୁରୀ ସହରର ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟରେ ସହଯୋଗ କରିଛି । ତେଣୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀବାସୀ ମୋତେ ବିପୁଳ ଭୋଟରେ ଜିତାଇବେ । ସିଦ୍ଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣ, ପୁରୀ ରେଲଷ୍ଟେସନକୁ ବିଶ୍ୱସ୍ତରୀୟ ରେଲୱେ ଷ୍ଟେସନ ଭାବରେ ନିର୍ମାଣ, ମେଡ଼ିକାଲ କଲେଜ ନିର୍ମାଣ ସହିତ ଅନେକ ବିକାଶ ମୂଳକ କାର୍ଯ୍ୟରେ ସହଯୋଗ କରିଛି । ସୁବିଧା ଅସୁବିଧାରେ ଲୋକଙ୍କ ସହ ରହିଛି । ତେଣୁ ଲୋକମାନେ ବେଶ ସଚେତନ ଥିବା ବେଳେ ପୁଣି ମୋତେ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବେ । ଆଉ କିଛି କାର୍ଯ୍ୟ ବାକି ରହିଛି ତାହା ଆଗାମୀ ନିର୍ବାଚନରେ ଜିତିବା ପରେ ସମାଧାନ ପାଇଁ ସବୁ କାର୍ଯ୍ୟ କରିବି ।"
ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ଆସନରୁ ଉପାସନା ମହାପାତ୍ର, ସତ୍ୟବାଦୀରୁ ଓମ୍ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ ଓ ନିମାପଡାରୁ ପ୍ରଭାତୀ ପରିଡ଼ାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି ।
ଇଟିଭି ଭାରତ, ପୁରୀ