ଜାତୀୟ ରାଜପଥରେ ଆଣ୍ଠୁଏ ପାଣି; ରାସ୍ତାରେ ଖେଳିଲେ ମାଛ, ଯାତାୟତ ଠପ୍ - People Fishing On Road

By ETV Bharat Odisha Team

Published : Aug 7, 2024, 11:52 AM IST

thumbnail
ରାଜରାସ୍ତାରେ ମାଡ଼ିଲା ପାଣି, ଖେଳିଲେ ମାଛ; ଗୋଟାଇବାକୁ ଜମିଲା ଲୋକଙ୍କ ଭିଡ଼ (ETV Bharat Odisha)

ଖୋର୍ଦ୍ଧା: ବର୍ଷା ହେଲା ମାତ୍ରେ ରାସ୍ତାରେ ପାଣି ଚାଲେ । କିନ୍ତୁ କେବେ ବର୍ଷା ହେଲେ ରାସ୍ତାରେ ପୁଳା ପୁଳା ମାଛ ଦେଖିଛନ୍ତି କି ? ଲଗାଣ ବର୍ଷା ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ ପଞ୍ଚାୟତର ମଲ୍ଲିପଦର ଗାଁରେ । ବର୍ଷା ଯୋଗୁଁ ରାସ୍ତାରେ ଏତେ ପରିମାଣରେ ମାଛ ଆସିଯାଇଥିଲେ ଯେ ଯିଏ ଯେତେ ପାରୁଥିଲା ମାଛ ବୋହି ନେଇ ଯାଉଥିଲା । ଗ୍ରାମବାସୀ ରାସ୍ତାରେ ଜାଲ ପକାଇ ମାଛ ଧରିଥିଲେ । ସେହିପରି ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରିଠାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଏହାଦ୍ୱାରା ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟତ ଠପ୍ ହୋଇଯାଇଛି  । କାଲି ଦିନ ଓ ରାତି ସାରା ପ୍ରବଳ ବର୍ଷା ପାଇଁ ବାଘମାରି ବଜାର ଉପରେ ଆଣ୍ଠୁଏ ଉଚ୍ଚର ପାଣି ଯୋଗୁଁ ଶହ ଶହ ଗାଡିମୋଟର ଉଭୟ ପାର୍ଶ୍ୱରେ ଅଟକି ରହିଛି । 

ଏହା ମଧ୍ୟ ପଢନ୍ତୁ: ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ ଲାଇନ୍ ସକ୍ରିୟ, ଆସନ୍ତା 5 ଦିନ ପ୍ରବଳ ଛେଚିବ

ରାସ୍ତାରେ ମାଛ ଧରିଲେ ଲୋକେ

ସେହିପରି ବାଘମାରିଠାରୁ କଣ୍ଟିଲୋ ଯାଇଥିବା ୪୮ ନମ୍ବର ରାଜ୍ଯପଥ ଉପରେ ସମାନ ଅବସ୍ଥା  । ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଗମନାଗମନରେ ସମସ୍ଯା ସୃଷ୍ଟି ହୋଇଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ରାସ୍ତାରେ ଯାତାୟତ ଠପ୍ ହୋଇପଡିଛି । ଅନ୍ଯପଟେ କଣ୍ଟାବାଡ ପଞ୍ଚାୟତର ମଲ୍ଲିପଦର ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗାଁ ରାସ୍ତାରେ ୪ ଫୁଟର ପାଣି ପ୍ରଭାବିତ ହେଉଛି । ଏହି ସମୟରେ ଗ୍ରାମବାସୀ ରାସ୍ତାରେ ଜାଲ ପକାଇ ମାଛ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.