SMC-2 କାରଖାନାରେ ବଡ଼ ଅଘଟଣ, ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ - worker burnt alive

By ETV Bharat Odisha Team

Published : Aug 4, 2024, 10:08 AM IST

thumbnail
SMC-2 କାରଖାନାରେ ବଡ଼ ଅଘଟଣ, ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ (ETV Bharat Odisha)

JHARSUGUDA PLANT TRAGEDY: ଝାରସୁଗୁଡ଼ା: ଶିଳ୍ପ ନଗରୀ ଝାରସୁଗୁଡା ଉପକଣ୍ଠ ବଡ଼ମାଲ ସ୍ଥିତ SMC-2 କାରଖାନାରେ ଘଟିଛି ଏକ ବଡ଼ ଅଘଟଣ । ଫରନାନ୍ସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ବଡ଼ମାଳ SMC-2 ପ୍ଲାଣ୍ଟ ରୋଲିଂ ମିଲ୍ ଭାଟିରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର ସକାଳୁ ଦେବନାରାୟଣ ମହାତୋ ନାମକ ଜଣେ ଶ୍ରମିକ କାମ କାରିବା ସମୟରେ ନିଆଁ ଭାଟି ଭିତରେ ପଡିଯାଇଥିଲେ । ଯେଉଁଥିରେ ତାଙ୍କର ଶରୀର ପୁରା ଜଳି ଯାଇଥିବା ନଜର ଆସିଛି । ୩୬ ବର୍ଷୀୟ ଦେବନାରାୟଣ ମାହାତୋଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା । ଏଠାରେ ରହିଥିବା କାରଖାନାଗୁଡିକରେ ପ୍ରାୟ ଅନେକ ସମୟରେ ଏଭଳି ଛୋଟବଡ଼ ଅଘଟଣ ମାନ ଘଟୁଥିବା ନଜର ଆସୁଛି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗ ଉପରେ ଦାୟିତ୍ବହୀନତା ଦେଖାଉଥିବା ଅଭିଯୋଗ ହୋଇଛି । ଯାହାର ଜ୍ବଳନ୍ତ ଉଦାହରଣ ଆଜିର ଏହି ଅଘଟଣରୁ ଅନୁମାନ କରାଯାଇପାରେ । ପ୍ରାଣ ହରାଇଥିବା ଶ୍ରମିକ ଜଣଙ୍କ ସହିତ ଏଭଳି ଅଘଟଣ କେମିତି ଘଟିଲା ସୁରକ୍ଷା ଉପକରଣ ବ୍ୟବହାର କରିଥିଲେ ନା ନାହିଁ, ଯଦିଓ ବ୍ୟବହାର କରିଥିଲେ ତେବେ ଏଭଳି ଅଘଟଣ କେମିତି ଘଟିଲା ? ଏଭଳି ଭାବେ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ଉପରେ ବର୍ତ୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ...ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; 22ଜଣ ଜୀବନ୍ତ ଦଗ୍ଧ, ମୃତକଙ୍କ ମଧ୍ୟରେ ଅଧିକାଂଶ ଚୀନ୍‌ ନାଗରିକ - South Korea Fire Tragedy

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ କାରଖାନା ଓ ବାଷ୍ପିତ୍ର ବିଭାଗ ଏହି ଘଟଣା ଉପରେ କ'ଣ ପଦକ୍ଷେପ ଗ୍ରହଣ କରିବେ ସେ ଦିଗ ପ୍ରତି ବର୍ତ୍ତମାନ ନଜର ରହିଛି । ଏହି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ନକରିଥିବା ବେଳେ ପ୍ରଶାସନର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । 
 

ଇଟିଭି ଭାରତ,ଝାରସୁଗୁଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.