ହୁହୁ ହୋଇ ଜଳିଗଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ - School BUS CATCHES FIRE

By ETV Bharat Odisha Team

Published : Jul 4, 2024, 8:16 PM IST

thumbnail
Bus Catches Fire (ETV Bharat Odisha)

ଅନୁଗୋଳ: ଚଳନ୍ତା ବସରେ ଲାଗିଲା ନିଆଁ । ଚାହୁଁ ଚାହଁ ଜଳିଗଲା ସ୍କୁଲ ବସ । ଅନୁଗୋଳ ସହରରେ ଏପରି ଅଭାବନୀୟ ଘଟଣା ଘଟିଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ଛାତ୍ରଛାତ୍ରୀ । ସୂଚନା ଅନୁସାରେ, ଇଣ୍ଡଷ୍ଟ୍ରିୟାଲ ଛକ ନିକଟରେ ଘଟିଛି ଏହି ଘଟଣା । ସର୍କିଟ ହାଉସ ଛକ ଆଡୁ ତାର୍ମିତ କଲୋନୀ ଆଡକୁ ଯାଉଥିବାବେଳେ ବସଟି ଜଳିଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଅଳ୍ପ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବସ ଯାଉଥିବାବେଳେ ହଠାତ ଜଳି ଉଠିଥିଲା । ବନେଟରୁ ନିଆଁ ବାହାରି ଚାରିଆଡକୁ ବ୍ୟାପି ଯାଇଥିଲା । କେହି କିଛି ବୁଝିବା ଆଗରୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ଏହା ବି ପଢନ୍ତୁ...ଚାଲୁଥିଲା ବସ୍‌ ପଛରୁ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

ଡ୍ରାଇଭର ଓ ଛାତ୍ରଛାତ୍ରୀମାନେ ଗାଡିରୁ ଓହ୍ଲାଇ ପଡିବାରୁ ରକ୍ଷା ପାଇଯାଇଛନ୍ତି । ନିଆଁ ଲାଗିବାର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଏହା ଏକ ଘରୋଇ +2 କଲେଜ ବସ ବୋଲି ଜଣାପଡ଼ିଛି । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.