thumbnail

କଣାସରେ କୁମ୍ଭୀର ଆତଙ୍କ: ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା କୁମ୍ଭୀର

By ETV Bharat Odisha Team

Published : 4 hours ago

ନିମାପଡ଼ା: କଣାସ ଅଞ୍ଚଳରେ କୁମ୍ଭୀର ଆତଙ୍କ । ବନ ବିଭାଗ ପାରିଲେନି, ହେଲେ ମତ୍ସ୍ୟଜୀବୀ ଧରିଲେ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପ୍ରବାହିତ ହେଉଥ‌ିବା ଦୟା ଓ ତା’ର ଶାଖା ନଦୀ ମକରା ଓ ରାଜୁଆ ନଦୀରେ ଦୀର୍ଘ ଏକ ମାସ ହେଲା କୁମ୍ଭୀର ଦେଖା ଦେଉଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିଲେ । କୁମ୍ଭୀରଟିକୁ ଧରିବା ପାଇଁ କଣାସ ଅଞ୍ଚଳର ଜନସାଧାରଣ ବାରମ୍ବାର ଖୋର୍ଦ୍ଧା ଡିଏଫ୍ଓଙ୍କୁ ଟେଲିଫୋନ ଯୋଗେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ସୂଚନା ଅନୁସାରେ, ଗତକାଲି (ଶନିବାର) ଗଡ଼ବଳଭଦ୍ରପୁର ବେହେରା ସାହିର ଶତାଧିକ ମତ୍ସ୍ୟଜୀବୀ ୫ଟି ଦେଶୀ ଡଙ୍ଗା ମାଧ୍ୟମରେ ଜାଲ ନେଇ କୁମ୍ଭୀର ଥିବା ବୋତଳମା ନିକଟ ଦୟାନଦୀରେ ବିଛାଇଥିଲେ । ପ୍ରଥମେ କୁମ୍ଭୀରଟି ଖସିଯାଇଥିଲା । ପୁନଶ୍ଚ ମତ୍ସ୍ୟଜୀବୀମାନେ ଜାଲ ପକାଇ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଛନ୍ତି । ପରେ ଖୋର୍ଦ୍ଧା ବନ ବିଭାଗ ଏବଂ ନନ୍ଦନକାନନ କର୍ମଚାରୀ କୁମ୍ଭୀରଟିକୁ ନେବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେଉଁ ମତ୍ସ୍ୟଜୀବୀମାନେ କୁମ୍ଭୀରଟିକୁ ଧରିଥିଲେ ସେମାନଙ୍କର ଜାଲ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନେ କ୍ଷତିପୂରଣ ଦାବି କରିଥିଲେ । ଶହ ଶହ ଲୋକ କୁମ୍ଭୀରଟିକୁ ଦେଖିବା ପାଇଁ ଜମା ହୋଇଥିଲେ । ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।  

ଏହା ମଧ୍ୟ ପଢନ୍ତୁ ...ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ; PCCF କହିଲେ ଘଡିଆଳ କୁମ୍ଭୀର ମଣିଷର କ୍ଷତି କରେନାହିଁ

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.