ETV Bharat / state

ଇଟିଭି ଭାରତକୁ IMD ଡିଜିଙ୍କ ସୂଚନା: 'ଉପକୂଳ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା', ବାତ୍ୟା ପାଇଁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ବାତ୍ୟା 'ଦାନା' ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ସହ ସମସ୍ତ ଜରୁରୀକାଳୀନ ବିଭାଗ ସହ ସମସ୍ତ ଜିଲ୍ଲାପାଳ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

author img

By ETV Bharat Odisha Team

Published : 4 hours ago

Cyclone Dana Update
Cyclone Dana Update (ETV Bharat Odisha)

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ପ୍ରସ୍ତୁତି ଜୋରଦାର । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ସହ ସମସ୍ତ ଜରୁରୀକାଳୀନ ବିଭାଗ ସହ ସମସ୍ତ ଜିଲ୍ଲାପାଳ ସତର୍କ ରହିବାକୁ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ଦେଓରଞ୍ଜନ କୁମାର ସିଂହ ।

SRC Deo Ranjan Singh (ETV Bharat Odisha)

ଏମାନଙ୍କୁ ସତର୍କ ସୂଚନା ଜାରି:

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ ବସିଥିଲା । ବାତ୍ୟା ଆଶଙ୍କାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂହ ସୂଚନା ଦେଇ କହିଛନ୍ତି, "ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ଯାହା ଲାଗୁଛି ବାତ୍ୟା ହୋଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ୨୪ ତାରିଖରେ ଯଦି ବାତ୍ୟା ଓଡ଼ିଶା ଛୁଏଁ ତେବେ ତାର ଗତି ଏବେଠୁ ଆକଳନ କରାଯାଇପାରିବ ନାହିଁ । ମତ୍ସ୍ୟଜୀବୀମାନେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯାଆନ୍ତୁ ନାହିଁ । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ସମୁଦ୍ରରୁ ଯଥାଶୀଘ୍ର ଫେରି ଆସନ୍ତୁ । ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣନ୍ତୁ।"

ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ:

ସେପଟେ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏସଆରସି ଦେଓରଞ୍ଜନ କୁମାର ସିଂହ କହିଛନ୍ତି, "ଅଯଥା ସାଧାରଣ ଲୋକେ ଅଯଥା ଡ଼ରନ୍ତୁ ନାହିଁ । ପ୍ରଶାସନ ତଳସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଜିଲ୍ଲାପାଳ ନିଜ ଜିଲ୍ଲାର ତଦାରଖ କରିବେ । ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛୁ । ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମାଗିବୁ । ଏବେ ଠାରୁ ODRAF ଆଉ NDRFକୁ ସଜାଗ କରାଯାଇଛି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜଣାଇବୁ । ଏବେ ଆମ ପାଖରେ ଯଥେଷ୍ଟ ଟିମ୍ ଅଛି । ସବୁ ଟିମ ପ୍ରସ୍ତୁତ ଅଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...ସମ୍ଭାବ୍ୟ ବାତ୍ୟା ‘ଦାନା’; ଜାଣନ୍ତୁ କେଉଁ ଦେଶ କଲା ନାମକରଣ, କାହିଁକି ଅକ୍ଟୋବରରେ ବାତ୍ୟା ଡର ?

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ମୁକାବିଲା ପ୍ରସ୍ତୁତି; ସଜାଗ ରହିବାକୁ ନିର୍ଦ୍ଦେଶ, କଳାବଜାରୀଙ୍କୁ ସତର୍କବାଣୀ

Cyclone Dana Update (ETV Bharat Odisha)

ବାତ୍ୟା କ'ଣ କହୁଛନ୍ତି IMD ମହାନିର୍ଦ୍ଦେଶକ:

ସେପଟେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି "ବାତ୍ୟା ୨୪ ତାରିଖରେ ସକାଳେ ଉତ୍ତର ବଙ୍ଗୋପସାଗରରେ, ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି ରହିବ ବୋଲି ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ପବନ ସହ ବର୍ଷା ବୃଦ୍ଧି ପାଇବ । ଓଡ଼ିଶାରେ ୨୩ ତାରିଖରୁ ବର୍ଷା ଆରମ୍ଭ ହେବ । ୨୪ ଏବଂ ୨୫ ତାରିଖରେ ଉପକୂଳ ଓଡିଶାରେ ୨୦ରୁ ୩୦ ସିଏମ ବର୍ଷା ହେବାର ସମ୍ଭାବନା ରହିଛି । ଜଳ ମଗ୍ନ ସ୍ଥିତି ଉପୁଜିପାରେ । ଆଜି ପ୍ରି-ସାଇକ୍ଲୋନ ସତର୍କ ସୂଚନା ଦିଆଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପବନ ସହ ବର୍ଷା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.