thumbnail

ବିଜେଡିର ଆୟୁଷ କମ, ଦଳର କିଛି ନିୟମ ନାହିଁ: ଜୟନାରାୟଣ

By ETV Bharat Odisha Team

Published : 3 hours ago

ସମ୍ବଲପୁର: ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ବିଜେଡିର ଆୟୁଷ କମ l ବିଜେଡି ଦଳର କିଛି ନୀତି ନିୟମ ନାହିଁ, କେଵଳ କ୍ଷମତାକୁ ଆସିବା ପାଇଁ ଏକ ମଞ୍ଚ ତିଆରି ହୋଇଥିଲା । ତାଙ୍କର ଲକ୍ଷ୍ୟ ନୀତି ଆଦର୍ଶ କିଛି ନୁହେଁ । ତାପରେ ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ହ୍ରାସ କରାଯାଇ ଅମଲାତନ୍ତ୍ର କ୍ଷମତାକୁ ବଢ଼େଇ ଦିଆଯାଇ ନିର୍ବାଚିତ ପ୍ରତିନିଧିଙ୍କୁ ଅପମାନିତ କରାଗଲା । ସେଥିପାଇଁ ଗୋଟିଏ ପରେ ଗୋଟିଏ ନେତା ନିଜର ଅସନ୍ତୋଷ ଜାହିର କରୁଛନ୍ତି । କିଛି ନେତା ବିଜେପିରେ ଯୋଗ ଦେବାକୁ ଚାହୁଁଛନ୍ତି, ତେବେ ସବୁ ନେତାଙ୍କୁ ବିଜେପି ଗ୍ରହଣ ନକରି ଯେଉଁମାନେ ଭଲ ଲୋକ ତାଙ୍କୁ ସ୍କୁଟନି କରାଯାଇ ଅଣାଯିବ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର l 

ସେ ଆହୁରି ମଧ୍ୟ କହିଛନ୍ତି, ''ଗୋଟିଏ ଗଣତନ୍ତ୍ରରେ ଜନ ପ୍ରତିନିଧୀଙ୍କ କ୍ଷମତାକୁ ସଂକୁଚିତ କରାଯାଇ ଅମଲାତନ୍ତ୍ରର କ୍ଷମତାକୁ ବଢ଼େଇ ଦିଆଯାଇ ଜନ ପ୍ରତିନିଧୀ ମାନଙ୍କୁ ଅପମାନିତ କରାଗଲା । ସେମାନେ ଜରି ବୋହିଲେ, ଚେୟାର ବୋହିଲେ,ଟେଣ୍ଟ ଲଗେଇଲେ, ଏଟା କଲେ, ପାଣ୍ଡିଆନ ଭାଷଣ ଦେଲେ । ତ ଏସବୁର ବି ପ୍ରତିକ୍ରିୟା ଅଛି ନା । ଏସବୁ ପ୍ରତିଫଳନ ଏହା । ଦେଖନ୍ତୁ ଯେଉଁମାନେ ଠିକ ଠିକ ଲୋକ ତାଙ୍କୁ ଅଣାଯିବ, ସ୍କୁର୍ଟନି କରାଯିବ ।'' ମନ୍ତ୍ରୀପଦ ନମିଳିବା ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ,ମନ୍ତ୍ରୀପଦ ପାଇଁ ମୁଁ ଲାଳାୟିତ ନୁହଁ, କେଵଳ କର୍ମ କରେ ଫଳ ଉପରେ ଆଶା କରେ ନାହିଁ । ଗୋଟିଏ ବିଚାରଧାରାର ଲଢେଇ ରହିଛି, ସେହି ଲଢେଇରେ ରହିଛି ବୋଲି ଆହୁରି କହିଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର l

ଏହା ମଧ୍ୟ ପଢନ୍ତୁ-ETV Bharat Exclusive: କୋର୍ଟରେ ଆତ୍ମସମର୍ପଣ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ଦିଲେଶ୍ବର ହତ୍ୟା ମାମଲାରେ ଜାରି ହୋଇଥିଲା NBW - Jayanarayan Mishra Surrender

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.