ETV Bharat / state

ଚାଷୀଙ୍କ ଚିନ୍ତା ବଢ଼ାଇଲା ଲଘୁଚାପ ବର୍ଷା, ଅମଳ ଧାନ ଗଜା ହୋଇଯିବା ଭୟ - RAINFALL IN ODISHA

ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ଗଜପତି ଏବଂ ଜଗତସିଂହପୁର ଚାଷୀ । ଖୋଲା ଆକାଶ ତଳେ ଅମଳ ଧାନ ।

FARMERS ARE WORRIED ABOUT PADDY
FARMERS ARE WORRIED ABOUT PADDY (ETV BHARAT ODISHA)
author img

By ETV Bharat Odisha Team

Published : Dec 21, 2024, 1:04 PM IST

ଗଜପତି/ଜଗତସିଂହପୁର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଫଳରେ ଶୀତ ସାଙ୍ଗକୁ ବର୍ଷା ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସେପଟେ ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା । ଅମଳ ଧାନ ଗଜା ହୋଇଯିବା ଭୟରେ ଚାଷୀ ଚିନ୍ତାରେ । କେମିତି ଧାନକୁ ସୁରକ୍ଷିତ କରି ରଖିବ ସନେଇ ଚିନ୍ତା ବଢିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅଦିନିଆ ବର୍ଷାରେ ଭିଜିଲା ଅମଳ ଧାନ:

ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଭଲ ବର୍ଷା ହୋଇଥିବାରୁ ଗଜପତି ଜିଲ୍ଲାର ଚାଷୀମାନେ ଭଲ ଅମଳ ହେବ ବୋଲି ଆଶା ରଖିଥିଲେ । ହେଲେ ଅକ୍ଟୋବର ମାସ ବେଳକୁ ବର୍ଷା ଉଭାନ ହୋଇଯିବାରୁ ଚାଷୀ ନିଜ ଫସଲ ବଞ୍ଚାଇବା ପାଇଁ ନାହିଁନଥିବା ଅସୁବିଧା ଭୋଗ କରିଥିଲେ । ଧାନ ଅମଳ ସମୟରେ ବର୍ଷା ହେବାରୁ ଫସଲ ନଷ୍ଟ ହେବା ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଅଧିକାଂଶ ଚାଷୀ ନିଜ ଧାନ ଅମଳ କରିସାରିଥିଲେ ମଧ୍ୟ ତାହାକୁ ବିକ୍ରି କରିପାରିନାହାନ୍ତି ।

FARMERS ARE WORRIED ABOUT PADDY (ETV BHARAT ODISHA)

ଖୋଲା ଆକାଶ ତଳେ ଧାନ:

କେତେକ ଚାଷୀ ଏଯାଏଁ ଧାନ ଅମଳ କରିପାରିନାହାନ୍ତି କିମ୍ବା ଧାନ ଜମାରୁ କାଟି ନାହାନ୍ତି । ଅମଳ ଧାନ ରଖିବା ପାଇଁ ସ୍ଥାନ ଅଭାବ ଥିବାରୁ ଚାଷୀମାନେ ଖୋଲା ଆକାଶ ତଳେ ଏହାକୁ ପକାଇ ରଖିଛନ୍ତି । ଗୋଟିଏ ପଟେ ଅମଳ ଧାନ ଖୋଲା ଆକାଶ ତଳେ ବର୍ଷାରେ ଭିଜୁଥିବା ବେଳେ ଅନ୍ୟ ପଟେ ଏହାକୁ କିଣିବା ପାଇଁ ମଣ୍ଡି ଖୋଲାଯାଇ ନାହିଁ । ବର୍ଷାରେ ଭିଜିବା ଦ୍ବାରା ଧାନର ରଙ୍ଗ ବଦଳିବା ଆଶଙ୍କା ରହିଛି । ଏଭଳି ହେଲେ ଏଫଏକ୍ୟୁ ମାନ ନଷ୍ଟ ହେବ ଏବଂ ମଣ୍ଡିରେ ଧାନ କିଣାଯିବ ନାହିଁ । ଏଭଳି ହେଲେ ଚାଷୀ କ୍ଷତି ସହିବା ନିଶ୍ଚିତ । ତେଣୁ ସରକାର ତୁରନ୍ତ କ୍ଷତିପୁରଣ ଯୋଗାଇଦେବା ସହ ବୀମା ଟଙ୍କା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

FARMERS ARE WORRIED ABOUT PADDY
FARMERS ARE WORRIED ABOUT PADDY (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଲଘୁଚାପ ବର୍ଷାରେ ଭିଜିଲା ଓଡ଼ିଶା, ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ - WEATHER UPDATE

ଏହା ମଧ୍ୟ ପଢନ୍ତୁ-ଏହା ମଧ୍ୟ ପଢନ୍ତୁ-୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA WEATHER LATEST UPDATE

ଏହା ମଧ୍ୟ ପଢନ୍ତୁ-ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କୁ ଘାରିଛି ବର୍ଷା ଭୟ - BALANGIR PADDY PROCUREMENT

କ୍ଷତି ଅଭିଯୋଗ ଆସିଲେ କ୍ଷତିପୂରଣ:

ଗଜପତି ଜିଲ୍ଲାରେ ମୋଟ ୨୫ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ପ୍ରାୟ ୫ ହଜାର ହେକ୍ଟର ଜମିରେ ଧାନ କଟାଯାଇନଥିବା ବେଳେ ବଳକା ଧାନ କଟାଯାଇ ସାରିଛି । ତେଣୁ ଚାଷୀମାନେ ନିଜ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଜିଲ୍ଲା କୃଷି ଅଧିକାରୀ ନିବେଦନ କରିଛନ୍ତି । ଦୈବୀ ଦୁର୍ବିପାକ ଯୋଗୁଁ ଏଭଳି ସମମ୍ୟା ଉପୁଜିଛି । ତେବେ ଯଦି କାହାର କିଛି କ୍ଷତି ହେବାର ଅଭିଯୋଗ ଆସେ, ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଗୋଟିଏ ପଟେ ମଣ୍ଡି ଖୋଲିବାରେ ବିଳମ୍ବ, ଅନ୍ୟପଟେ ଲଗାଣ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଉଛି । ସଠିକ ଦରରେ ଧାନ ବିକ୍ରି ନହେଲେ ଚାଷୀ କରିଥିବା ଋଣ କିଭଳି ସୁଝିବ ତାକୁ ନେଇ ଚିନ୍ତାରେ ପଡିଛି ।

ଏନେଇ ଜଣେ ଚାଷୀ କହିଛନ୍ତି, ''ବର୍ଷା ଲାଗି ରହିଛି । ଧାନରେ ପାଣି ପଶିଲେ ତାର ମାନ ନଷ୍ଟ ହୋଇୟିବ । ଏହାପରେ ଧାନ ଆଉ ବିକ୍ରି ହୋଇପାରିବ ନାହିଁ । ଶାଗ ମାଛ ଦରରେ ଲୋକଙ୍କୁ ବିକ୍ରି କରାଯିବ । ମାନ ଭଲ ରହିଲେ ସରକାରୀ ଦରରେ ବିକ୍ରି ହେବ । ''

ଜଗତସିଂହପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଛି ବର୍ଷା :

ଗତକାଲି ଜଗତସିଂହପୁରରେ ଦିନ ତମାମ ବର୍ଷା ଲାଗି ରହିବାରୁ ଚାଷୀକୁଳ ଚିନ୍ତାରେ ପଡ଼ି ଯାଇଥିଲେ । ବିଲରେ ଥିବା ପାଚିଲା ଧାନ ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା । କିନ୍ତୁ ଏହି ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଗୁଡିକ ଗଜା ହୋଇଯିବାର ସମ୍ଭାବନା ଥିବା ଚାଷୀମାନେ କହିଛନ୍ତି । ସଭାମୂଳ ଗ୍ରାମର ଚାଷୀ ରବୀନ୍ଦ୍ର ଭୋଇ କହିଛନ୍ତି, ''୩ ଏକର ଜମିରେ ଧାନ ଫସଲ କରିଛି । ଧାନ ପାଚି ଗଲାଣି । ଯାହା ଖାଲି କାଟିବା କଥା। ହଠାତ ବର୍ଷା ହେବ ବୋଲି ଜଣାନଥିଲା । ଗୁରୁବାର ଦିନ ବର୍ଷା ହେବ ବୋଲି ଜାଣିବା ପରେ କିଛି ଲୋକଙ୍କ ସହିତ ନିଜର ପରିବାର ଧାନ କାଟିବା ଆରମ୍ଭ କରି ଦେଇଥିଲୁ । ଯଦି ବର୍ଷା ଲାଗି ରହିବ ଧାନ ଗଜା ହୋଇଯିବ । ବର୍ଷକର ପରିଶ୍ରମ ପାଣିରେ ପଡ଼ିବ । ପାଚିଲା ଧାନ ଯଦି ବର୍ଷା ମାଡ଼ ଖାଇଯାଏ ତେବେ ଧାନ ଗଜା ହେବା ସହିତ କଳା ପଡିଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ପାରୁ ପର୍ଯ୍ୟନ୍ତ ଧାନକୁ ଖଳାରେ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛୁ। ''

ଆଉ ଜଣେ ମହିଳା ଚାଷୀ ଆରତୀ ଭୋଇ କହିଛନ୍ତି, ''ସକାଳୁ ବର୍ଷା ଯେଉଁଭଳି ଭାବରେ ହେଉଛି ଯଦି ଟିକେ ବଡ଼ ବର୍ଷା ହୋଇଯାଏ ତେବେ ଧାନ ନିଶ୍ଚିତ ଭାବରେ ନଷ୍ଟ ହେବ । ଅଦିନିଆ ବର୍ଷା ଧାନ ଚାଷୀମାନଙ୍କ ପାଇଁ କାଳ ପାଲଟିଛି । '' ଜଗତସିଂହପୁର ଜିଲ୍ଲାରେ ପ୍ରାୟତଃ 75 ପ୍ରତିଶତ ଧାନଚାଷ ଉପରେ ନିର୍ଭରଶୀଳ । ଏହି ଆଦିନିଆ ବର୍ଷା ଫଳରେ ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଇଟିଭି ଭାରତ, ଗଜପତି, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.