ହାଇଦ୍ରାବାଦ: 2024 ବର୍ଷ ସିନେମା ପ୍ରେମୀଙ୍କ ପାଇଁ ବହୁତ ଭଲ ଥିଲା । ଚଳିତ ବର୍ଷ ବଲିଉଡ ଏବଂ ଓଲିଉଡରେ ଅନେକ ମହାନ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । 2024 ବର୍ଷ ଶେଷ ହେବାକୁ ଯାଉଛି । ନୂଆ ଆଶା, ଉଦ୍ଦୀପନା ସହ ଆରମ୍ଭ ହେବ ନୂଆ ବର୍ଷ 2025 । ଏହାରି ମଧ୍ୟରେ ବର୍ତ୍ତମାନ ଆମେରିକାର ପୂର୍ବତନ ରାଷ୍ଟ୍ରପତି 2024 ରେ ତାଙ୍କର ପ୍ରିୟ ଚଳଚ୍ଚିତ୍ରର ତାଲିକା ସେୟାର କରିଛନ୍ତି । ଏହି ତାଲିକାରେ ଏକ ଭାରତୀୟ ଚଳଚ୍ଚିତ୍ରର ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଯାହା ତାଙ୍କ ପ୍ରଥମ ପସନ୍ଦ ଅଟେ । ବାରାକ ଓବାମା ସୋସିଆଲ ମିଡିଆରେ '2024 ର ବାରାକ ଓବାମାଙ୍କର ପ୍ରିୟ ଚଳଚ୍ଚିତ୍ର' ଲେଖି ଫିଲ୍ମର ତାଲିକା ସେୟାର କରିଛନ୍ତି । ତେବେ ତାହା କେଉଁ ଫିଲ୍ମ ? ଜାଣନ୍ତୁ ପୁରା ଲିଷ୍ଟ୍...
Here are a few movies I’d recommend checking out this year. pic.twitter.com/UtdKmsNUE8
— Barack Obama (@BarackObama) December 20, 2024
ଓବାମାଙ୍କ କେଉଁ ଭାରତୀୟ ଚଳଚ୍ଚିତ୍ର ପ୍ରଥମ ପସନ୍ଦ ?
ସୋସିଆଲ ମିଡିଆ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ବାରାକ ଓବାମାଙ୍କ ଦ୍ୱାରା ସେୟାର ହୋଇଥିବା ତାଲିକାରେ ଭାରତୀୟ ଚଳଚ୍ଚିତ୍ରର ନାମ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଏକ ନମ୍ବରରେ ରହିଛି । ଏଥିରେ ଆହୁରି ଅନେକ ଫିଲ୍ମର ନାମ ମଧ୍ୟ ରହିଛି । କିନ୍ତୁ ଏହି ଭାରତୀୟ ଫିଲ୍ମ ତାଙ୍କ ପ୍ରଥମ ପସନ୍ଦ ବୋଲି ଜଣାପଡିଛି । ଏହି ପୋଷ୍ଟରେ '2024 ର ବାରାକ ଓବାମାଙ୍କର ପ୍ରିୟ ଚଳଚ୍ଚିତ୍ର' ଲେଖାଯାଇଥିବା ବେଳେ ଏହାର କ୍ୟାପସନରେ ସେ ଲେଖିଛନ୍ତି, ''ଏଠାରେ କିଛି ଚଳଚ୍ଚିତ୍ର ନା ଅଛି ଯାହାକୁ ମୁଁ ଆପଣଙ୍କୁ ଦେଖିବାକୁ ପରାମର୍ଶ ଦେଉଛି ।''
'ଅଲ୍ ଉଇ ଇମାଜିନ ଏଜ ଲାଇଟ' ବିଷୟରେ କହିବାକୁ ଗଲେ,
କହିରଖୁଛୁ କି, 'ଅଲ୍ ଉଇ ଇମାଜିନ ଏଜ ଲାଇଟ' 21 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ତିନିଜଣ ମହିଳାଙ୍କ କାହାଣୀ ଚିତ୍ରିତ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ପାୟଲ କପାଡିଆ । ଏହି ଚଳଚ୍ଚିତ୍ର ହିନ୍ଦୀ, ମାଲାୟାଲମ୍ ଏବଂ ମରାଠୀ ଭାଷାରେ ଉପଲବ୍ଧ । ଏହି ଫିଲ୍ମରେ ଦିବ୍ୟା ପ୍ରଭାସ, କାନି କୁଶ୍ରୁତି ଏବଂ ଛାୟା କଦମଙ୍କ ପରି ତାରକା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ଚଳିତ ବର୍ଷ ମେ ମାସରେ 77 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହା ପ୍ରଦର୍ଶିତ ହୋଇ ବହୁ ପ୍ରଶଂସା ଲାଭ କରିଥିଲା ଏବଂ କାନ୍ସର ଦ୍ୱିତୀୟ ବୃହତ୍ତମ ପୁରସ୍କାର 'ଗ୍ରାଣ୍ଡ୍ ପ୍ରିକ୍ସ' ଜିତିଥିଲା । ଏହା ପରେ ଫିଲ୍ମଟି 'ଗୋଲ୍ଡେନ ଗ୍ଲୋବ ଆୱାର୍ଡ 2025' ଦୁଇଟି ଶ୍ରେଣୀରେ ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ମୋସନ୍ ପିକ୍ଚର୍ସ (ଅଣ-ଇଂରାଜୀ ଭାଷା) ବର୍ଗରେ ସ୍ଥାନ ପାଇଛି । କେବଳ ଏତିକି ନୁହେଁ ପାୟଲ ନିଜେ ମଧ୍ୟ ମନୋନୀତ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଲ୍ଡେନ ଗ୍ଲୋବ ପୁରସ୍କାରରେ ଜଣେ ଭାରତୀୟ ନିର୍ଦ୍ଦେଶକ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ମନୋନୀତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଶ୍ରେଷ୍ଠ ନିର୍ଦ୍ଦେଶକ ରେସରେ ପାୟଲ କପାଡିଆ, ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ
ଏହି ଚଳଚ୍ଚିତ୍ରଗୁଡ଼ିକ ବାରାକ ଓବାମାଙ୍କ ତାଲିକାରେ ମଧ୍ୟ ସାମିଲ
ଏହା ବ୍ୟତୀତ ବାରାକ ଓବାମାଙ୍କ ତାଲିକାରେ କନକ୍ଲେଭ (ରହସ୍ୟ ଥ୍ରୀଲର), ଦ ପିଆନୋ ଲେସନ (ଆମେରିକୀୟ ଡ୍ରାମା ଚଳଚ୍ଚିତ୍ର), ଦ ପ୍ରମିସଡ ଲେଣ୍ଡ, ଦ ସିଡ୍ ଅଫ୍ ଦ ସେକ୍ରେଡ୍ ଫିଗର (ରାଜନୈତିକ ଥ୍ରୀଲର ଡ୍ରାମା ଚଳଚ୍ଚିତ୍ର), ଡ୍ୟୁନ୍ ପାର୍ଟ 2 (ଆମେରିକୀୟ ଏପିକ୍ ସାଇନ୍ସ ଫିଲ୍ମ), ଅନୋରା (କମେଡି-ରୋମାନ୍ସ), ଡିଡି (ଆମେରିକୀୟ କମେଡି ଡ୍ରାମା ଚଳଚ୍ଚିତ୍ର), ସୁଗାରକେନ (ଡକ୍ୟୁମେଣ୍ଟାରୀ) ଏବଂ ଏ କମ୍ପଲିଟ ଅନନୋନ (ଆମେରିକୀୟ ଜୀବନୀ ନାଟକ ଚଳଚ୍ଚିତ୍ର) ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ