ETV Bharat / entertainment

ଦୁବାଇରେ ଚମକିଲେ ଓଡ଼ିଆ ଝିଅ; ଆରାଧନାଙ୍କୁ ମିସେସ୍ ଇଣ୍ଡିଆ ମିଡିଲ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ - MRS INDIA MIDDLE EAST CONTEST ୨୦୨୩

ମିସେସ ଇଣ୍ଡିଆ ମିଡିଲ ଇଷ୍ଟ ପ୍ରତିଯୋଗିତାରେ ଝଲସିଲେ ଓଡ଼ିଆ ଝିଅ ଆରାଧନା ଦାସ । ଦୁବାଇରେ ପିନ୍ଦିଲେ ମିସେସ ଇଣ୍ଡିଆ ମିଡିଲ ଇଷ୍ଟ ଦ୍ୱିତୀୟ ରନର୍-ଅପ ମୁକୁଟ ।

MISS INDIA RUNNER UP ARADHANA DAS
MISS INDIA RUNNER UP ARADHANA DAS (ETV Bharat Odisha)
author img

By ETV Bharat Odisha Team

Published : Oct 20, 2024, 10:55 PM IST

ଭୁବନେଶ୍ବର: ଭାରତୀୟ ମହିଳାଙ୍କ ପାଇଁ ପ୍ରଥମ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସେସ ଇଣ୍ଡିଆ ମିଡିଲ ଇଷ୍ଟର ଦ୍ୱିତୀୟ ସିଜିନ ଫାଇନାଲ ଦୁବାଇରେ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ ଇଣ୍ଡିଆ ମିଡିଲ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ହାସଲ କରିଛନ୍ତି । ମିସେସ ଇଣ୍ଡିଆ ମିଡିଲ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ ଫିନିଶ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ।

MISS INDIA RUNNER UP ARADHANA DAS (ETV Bharat Odisha)

ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା:

ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଦ୍ୱିତୀୟ ସିଜିନ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ମଧ୍ୟପ୍ରାଚ୍ୟର ଅସଂଖ୍ୟ ପ୍ରତିଭାଙ୍କ ପାଇଁ ସୁଯୋଗ ଯୋଗାଇବା ଉଦ୍ଦେଶ୍ୟ । ଏହାସହ ଭାରତୀୟ ମହିଳାଙ୍କ ସୌନ୍ଦର୍ଯ୍ୟ, ବୁଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟ ଜ୍ଞାନକୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ । ବିଭିନ୍ନ ଭାରତୀୟ ସହରରୁ ଆସି ମଧ୍ୟପ୍ରାଚ୍ୟରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ସେମାନଙ୍କ ପ୍ରତିଭା, ସୌନ୍ଦର୍ଯ୍ୟ, ବୁଦ୍ଧି, ଆତ୍ମବିଶ୍ୱାସ ଏବଂ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଏବଂ ସାକ୍ଷାତକାର ସମେତ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା ।

MISS INDIA RUNNER UP ARADHANA DAS
MISS INDIA RUNNER UP ARADHANA DAS (ETV Bharat Odisha)

ଚମକିଲେ ଓଡ଼ିଆ ଝିଅ:
ଓଡ଼ିଶାର ଆରାଧନା ଦାସ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିଜର ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ଆରାଧନା ଭୁବନେଶ୍ୱରର ବାସିନ୍ଦା । ଗତ ୭ ବର୍ଷ ଧରି ଦୁବାଇରେ ସ୍ୱାମୀ ସୁର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ବାସ କରୁଛନ୍ତି । ଚଳିତ ବର୍ଷର ପ୍ରତିଯୋଗିତାରେ ଆରାଧନାଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକ୍ଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ନିଜ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ଆରାଧନା ପ୍ରତିଯୋଗିତାରେ ପ୍ରତିପାଦିତ କରିଥିଲେ । ବିବାହ ପୂର୍ବରୁ ଆରାଧନା ଜଣେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଝିଅଙ୍କ ଜନ୍ମ ପରେ ଆରାଧନା ବୃତ୍ତି ଛାଡ଼ି ପାରିବାରିକ ଦାୟିତ୍ବକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇ ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ; ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ହରିଦ୍ରା ଓ ଶ୍ରେଷ୍ଠ ଚଳଚିତ୍ର ଦମନ ଓ ପ୍ରତୀକ୍ଷା

ଏହା ମଧ୍ୟ ପଢନ୍ତୁ...କ୍ୟାଟ୍ରିନାଙ୍କୁ ହେଲା କି ଡାଇବେଟିସ୍ ? ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ଏହା ମଧ୍ୟ ପଢନ୍ତୁ...'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର, ମିଥୁନଙ୍କୁ 'ଦାଦା ସାହେବ ଫାଲକେ' ଆୱାର୍ଡ

ସଫଳତା ପରେ ଆରାଧନା କହିଛନ୍ତି,"ମୁଁ ସବୁବେଳେ ଏହିଭଳି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଥିଲି । କିନ୍ତୁ ଜୀବନର ଅନ୍ୟ ପ୍ରାଥମିକତା ଯୋଗୁଁ ସମୟ ଦେଇପାରିନଥିଲେ । ଦୁବାଇରେ ଏହି ପ୍ରତିଯୋଗିତା ହେଉଥିବା ବିଷୟରେ ଜାଣିବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ । ଭଗବାନଙ୍କ କୃପା ଏବଂ ପରିବାରର ସମର୍ଥନରୁ ପ୍ରତିଯୋଗିତାରେ ବିଜୟୀ ହୋଇଛି । ଏହାସହ ଓଡ଼ିଶା ପାଇଁ ଏହି ସମ୍ମାନଜନକ ଟାଇଟଲ୍ ଜିତିପାରିଛି । ଓଡ଼ିଆ ହୋଇଥିବାରୁ ଗର୍ବିତ । ଏହି ବିଜୟ ସହ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିର ଉପସ୍ଥାପନ ନିମନ୍ତେ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.