ETV Bharat / politics

ବିଜେପିକୁ ବାହୁଡ଼ିବେ କି ପ୍ରକାଶ? ଅରିନ୍ଦମ କହିଲେ ଦଳ ନେବ ନିଷ୍ପତ୍ତି

ପୁଣିଥରେ ବିଜେପିକୁ ଫେରିବେ କି ପ୍ରକାଶ ବେହେରା ? ଆଗାମୀ ଦିନରେ ସାଲେପୁରରୁ ନିର୍ବାଚନ ଲଢ଼ିବା କଥା କହିବା ପରେ ବଢ଼ିଲା ଚର୍ଚ୍ଚା ।

author img

By ETV Bharat Odisha Team

Published : 4 hours ago

Prakash Behera
Prakash Behera (ETV Bharat Odisha)

କଟକ: ପଦ୍ମ କ୍ୟାମ୍ପରେ ପୁଣିଥରେ ସାମିଲ ହେବେ କି ପ୍ରକାଶ ବେହେରା ? କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଏବେ ବିଜେପିକୁ ଦଳକୁ ଘରବାହୁଡା ହେଉଥିବା ଚର୍ଚ୍ଚା ହେଉଛି । ପ୍ରକାଶଙ୍କ ଦ୍ବାରା ଆଜି (ରବିବାର) ସାଲେପୁରରେ ଆୟୋଜିତ ହୋଇଥିବା ଏକ ରାଜନୈତିକ ସଭା ପରେ ଏହି ଚର୍ଚ୍ଚା ଯୋର ଧରିଛି । କାରଣ ଏହି ସଭାରେ ସାମିଲ ହୋଇଥିବା କର୍ମୀଙ୍କ ମଧ୍ୟରେ ଅଧିକାଂଶ କର୍ମୀ ଓ ନେତା ବିଜେପି ଦଳରୁ ଥିଲେ । ସଭାରେ ପ୍ରକାଶ ବେହେରା ବିଜେପିକୁ ଫେରି ଆସନ୍ତୁ ବୋଲି ଉପସ୍ଥିତ କର୍ମୀ ତଥା ନେତାମାନେ ଖୋଲାଖୋଲି ମତ ଦେଇଛନ୍ତି । ସେପଟେ ଆଗାମୀ ନିର୍ବାଚନ ସାଲେପୁରରୁ ହିଁ ଲଢିବେ କିନ୍ତୁ ସେ କେଉଁ ଫୋରମରୁ ଲଢିବେ ସେ ନିଷ୍ପତ୍ତି ସମର୍ଥକମାନେ ନେବେ ବୋଲି କହିଛନ୍ତି ପ୍ରକାଶ ।

Prakash Behera (ETV Bharat Odisha)

ଆଗାମୀ ଦିନରେ ସାଲେପୁରରୁ ନିର୍ବାଚନ ଲଢ଼ିବେ ପ୍ରକାଶ:

ଏନେଇ ପ୍ରକାଶ ବେହେରା କହିଛନ୍ତି, "ସାଲେପୁରରୁ ମୁଁ ରାଜନୈତିକ କ୍ୟାରିୟର ଆରମ୍ଭ କରିଛି । ମୁଁ ସାଲେପୁରକୁ କେତେବେଳେ ଛାଡ଼ିନାହିଁ । ମୁଁ ବିଜେଡିରୁ ଇସ୍ତଫା ଦେବାପରେ ସ୍ବାଧୀନ ଭାବରେ ମୋ ସମର୍ଥକଙ୍କ ସହ ଆଲୋଚନା କରିଛି । ଯାହା ସେମାନଙ୍କ ନିଷ୍ପତ୍ତି ହେବ ଆଗାମୀ ଦିନରେ ଆମର ପଦକ୍ଷପ ସେହି ବାଟରେ ଯିବ । ଟାଙ୍ଗୀ ସାଲେପୁରବାସୀ ମୋ ସହ ଅଛନ୍ତି ଓ ମୁଁ ସେମାନଙ୍କ ସହ ଅଛି। ଏଠାରେ ପୂର୍ବରୁ କିଏ ପ୍ରାର୍ଥୀ ହୋଇଥିଲେ ସେଥିରେ ମୁଁ ମୁଣ୍ଡ ଖେଳାଇବା ପାଇଁ ଚାହୁଁନାହିଁ । ମୁଁ ଆଗାମୀ ଦିନରେ ଏଠାରୁ ନିର୍ବାଚନ ଲଢ଼ିବା ପାଇଁ ଯାଉଛି । ମୋ ସମର୍ଥକ, ବନ୍ଧୁ ଓ ଶୁଭେଚ୍ଛୁମାନେ ଯାହା ନିଷ୍ପତ୍ତି ନେବେ ତାହା ମୋର ଅନ୍ତିମ ନିଷ୍ପତ୍ତି ହେବ ।

Arindam Roy (ETV Bharat Odisha)

ବିଜେପିରେ ସାମିଲ ହେବେ ପ୍ରକାଶ ! କ'ଣ କହିଲେ ଅରିନ୍ଦମ:

ଏହାରି ଭିତରେ ପ୍ରକାଶ ବେହେରାଙ୍କ ଏହି ବୈଠକ ଓ ବିଜେପିକୁ ଫେରିବା ସମ୍ପର୍କରେ ମତ ରଖିଛନ୍ତି ବିଜେପି ଟିକେଟରୁ ସାଲେପୁର ବିଧାନସଭା ନିର୍ବାଚନ ଲଢିଥିବା ପ୍ରାର୍ଥୀ ଅରିନ୍ଦମ ରୟ । ଏନେଇ ଅରିନ୍ଦମ କହିଛନ୍ତି, "ଭାରତୀୟ ଜନତା ପାର୍ଟି ଏକ । ଦଳ କାହାକୁ କେତେବେଳେ ମିଶାଇବ ଓ କାହାକୁ ବାହାର କରିବ ତାହା ଦଳ ନିଷ୍ପତ୍ତି ନେବ । ଦଳ ମୋତେ ସାଲେପୁର ଅଞ୍ଚଳର ଦାୟିତ୍ବ ଦେଇଛନ୍ତି, ମୋତେ କହିଛନ୍ତି ଏଠାରେ କାମ କରିବା ପାଇଁ । ଦଳର କଥାମାନି ମୁଁ ଏ ଅଞ୍ଚଳର କାମ କରିବି । ଏହା ତାଙ୍କର ବ୍ୟକ୍ତିଗତ ବୈଠକ ଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଛାଡିଲେ ପ୍ରକାଶ ବେହେରା, ପ୍ରାର୍ଥୀ କରାଇଥିବାରୁ ଦଳକୁ ଦେଲେ ଧନ୍ୟବାଦ

ଏହା ମଧ୍ୟ ପଢ଼ନ୍ତୁ...ଭାଙ୍ଗିଯିବ କି ବିଜେଡି ? ରବିଙ୍କ ଦାବିର ଜବାବ ରଖିଲେ ଶାରଦା ଓ ସାଲୁଜା

ଏହା ମଧ୍ୟ ପଢ଼ନ୍ତୁ...ପଦାରେ ପଡୁଛି BJD କଳି; ‘ବାସ୍ତବତା ନବୁଝି ଅପରିପକ୍ୱ ନେତା ଦେଉଛନ୍ତି ଅରୁଚିକର ମନ୍ତବ୍ୟ’

ପ୍ରକାଶ ବେହେରାଙ୍କ ରାଜନୈତିକ କ୍ୟାରିୟର:

ତେବେ କିଛି ଦିନ ତଳେ ବୁଜେଡିକୁ ବାଏ ବାଏ କହିଥିଲେ ପ୍ରକାଶ ବେହେରା । ବିଜେଡି ନେତା ତଥା ଗତ ନିର୍ବାଚନରେ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପାର୍ଥି ବିଜେଡିଠୁ ଅଲଗା ହୋଇ ସାରିଛନ୍ତି । ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ଦଳ ଛାଡିଛନ୍ତି ପ୍ରକାଶ । ପ୍ରକାଶ ବେହେରାଙ୍କ ରାଜନୈତିକ କ୍ୟାରିୟର କହିଲେ ସେ ୨୦୦୦ ମସିହାରୁ କଟକ ସାଲେପୁର ନିର୍ବାଚନ ମୈଦାନରେ ଲଢେଇ କରି ଆସୁଛନ୍ତି । ୨୦୧୪ ମସିହାରେ କଂଗ୍ରେସରୁ ବିଧାୟକ ଭାବରେ ଜିତିବା ପରେ ୨୦୧୯ରେ କଂଗ୍ରେସରୁ ଇସ୍ତଫା ନେଇ ବିଜେପିରେ ମିଶିଥିଲେ ପ୍ରକାଶ । ଏହାପରେ ବିଧାୟକ ଟିକେଟ ପାଇ ସାଲେପୁରରୁ ନିର୍ବାଚନ ଲଢ଼ି ହାରିଥିଲେ । ପରେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶି ବାରବାଟୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ତେବେ ବର୍ତ୍ତମାନ ସେ କେଉଁ ଦଳ ମୁହାଁ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.