thumbnail

ଭିନ୍ନ ଏକ ଶକ୍ତିପୀଠ, ଏକାଦଶୀ ତିଥିରେ ହୁଏ ଦଶହରା ଉତ୍ସବ

By ETV Bharat Odisha Team

Published : Oct 15, 2024, 1:18 PM IST

Updated : 23 hours ago

ବୌଦ୍ଧ: ଧରାପୃଷ୍ଠରେ ଆଦି ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କ ଶାରଦୀୟ ପାର୍ବଣ ଉତ୍ସବ ସମାପିତ ହୋଇଛି । କିନ୍ତୁ ରାଜ୍ୟର ଏଭଳି ଏକ ପ୍ରାଚୀନ ଶକ୍ତିପୀଠ ଅଛି, ଯେଉଁଠାରେ ଆଦିଶକ୍ତି ସିଂହବାହିନୀଙ୍କ ପୀଠରେ ବିଜୟାଦଶମୀରେ ନୁହେଁ ବରଂ ଏକାଦଶୀ ତିଥିରେ ଦଶହରା ଉତ୍ସବ ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ଜିଲ୍ଲାର ସୀମାନ୍ତରେ ଘଞ୍ଚ ବଣ ଜଙ୍ଗଲ ଘେରା ଅଞ୍ଚଳରେ ଶହ ଶହ ବର୍ଷ ପୂର୍ବରୁ ଦେବୀ ସିଂହାସନୀ ରୂପରେ ଏକାଦଶୀ ତିଥିରେ ପୂଜା ପାଇ ଆସୁଛନ୍ତି ମା’ । ଟିକରପଡା ପଞ୍ଚାୟତର ବରପଦର ଗ୍ରାମରେ ଦେବୀ ସିଂହାସନୀ ଭାବରେ କନ୍ଧ ସମ୍ପ୍ରଦାୟର ଅଧିବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଉଛନ୍ତି । 

ଚନ୍ଦ୍ରହାସ ଖଣ୍ଡା ଧାରଣ ପୂର୍ବକ ମା’ ସିଂହାସନୀ ଅତ୍ୟନ୍ତ ଉଗ୍ର ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଆଶ୍ୱୀନ ମାସର ବିଜୟାଦଶମୀ ବ୍ୟତୀତ ଏକାଦଶୀ ତିଥିରେ ଏହି ପୀଠରେ ବଳି ପର୍ବ ଅନୁଷ୍ଠିତ ହୋଇଥାଏ । ପାରମ୍ପରିକ ବାଦ୍ୟ ବାଦନ ମଧ୍ୟରେ ଦେବୀ ସିଂହାସନୀଙ୍କ ଡଙ୍ଗର ଯାତ୍ରା ପରେ ପଶୁ ବଳି ପ୍ରଦାନ କରାଯାଏ । ଏହି ପ୍ରସିଦ୍ଧ ବଳି ଯାତ୍ରାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଭକ୍ତ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବାକୁ ଆସିଥାନ୍ତି । ତେବେ ଏହି ପ୍ରସିଦ୍ଧ ଶକ୍ତିପୀଠର ପର୍ଯ୍ୟଟନ ବିକାଶ ଉପଯୁକ୍ତ ଭାବରେ ହୋଇ ନଥିବା ବେଳେ ପୀଠଟି ବହୁବିଧ ସମସ୍ୟା ଘେରରେ ରହିଛି । ଏନେଇ ସ୍ଥାନୀୟ ବିଧାୟକ ନିଜ ପ୍ରତିକ୍ରିୟା ରଖିବା ସହିତ ନୂତନ ସରକାର ଏସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : 23 hours ago

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.