ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ, ଯୋଗଦେଲେ ମନ୍ତ୍ରୀ ଉଷା ଦେବୀ - subarnapur news

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 26, 2024, 10:52 PM IST

Republic Day: ସୁବର୍ଣ୍ଣପୁର: ଜିଲ୍ଲାରେ ଧୁମଧାମରେ ପାଳନ ହେଲା ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଜିଲ୍ଲା ପ୍ରସଶାନ ତରଫରୁ ସହରର ରାମେଶ୍ୱର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାହରୋ ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗଣତନ୍ତ୍ରର ମର୍ଯ୍ୟାଦାକୁ ସୁରକ୍ଷିତ ରଖିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ସୁବର୍ଣ୍ଣପୁର ପରି ଏକ କୃଷି ବହୁଳ ଜିଲ୍ଲାର ବିକାଶ ପାଇଁ କୃଷି, ପର୍ଯ୍ୟଟନ ଓ ଗ୍ରାମୀଣ କୁଟୀର ଶିଳ୍ପର ଉନ୍ନତି ଅପରିହାର୍ଯ୍ୟ ବୋଲି ମନ୍ତ୍ରୀ ଉଷା ଦେବୀ କହିଥିଲେ ।  

ତେବେ ମିଳିତ ପରେଡ଼ରେ ସଶସ୍ତ୍ର ପୋଲିସ , ଗୃହରକ୍ଷୀ ବାହିନୀ,  ବିଭିନ୍ନ ମହାବିଦ୍ୟାଳୟର ଏନସିସି ,ସ୍କାଉଟ୍ଲ ଏବଂ ଗାଇଡ୍ସର ସମେତ ୪୩ଟି ଦଳ ଭାଗନେଇ ନେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାପରେ ମନ୍ତ୍ରୀ ଉଷା ଦେବୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , କୁଷ୍ଠାଶ୍ରମ ଅନ୍ତେବାସୀ ତଥା ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ, ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.