ବୌଦ୍ଧରେ ପାରମ୍ପରିକ ଲୋକନୃତ୍ୟରେ ଦୁଲୁକୁଛି ମା' ଭୈରବୀ ମହୋତ୍ସବ ମଞ୍ଚ - MAA BHAIRABI MAHOTSAV 2024
🎬 Watch Now: Feature Video
Published : Dec 1, 2024, 10:28 PM IST
ବୌଦ୍ଧ: ଲୁପ୍ତପ୍ରାୟ ଲୋକକଳାରେ କମ୍ପିଲା ମହୋତ୍ସବ ମଣ୍ଡପ । ଲୋକ ବାଦ୍ୟର ତାଳେ ତାଳେ ଲୋକନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଥିବା ବେଳେ ମେଳାରେ ବାଲୁକା କଳା ଓ ବିଭିନ୍ନ ହାତ ତିଆରି ସାମଗ୍ରୀ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ଲୋକ ବାଦ୍ୟର ତାଳେ ତାଳେ ଦୁଲୁକୁଛି ମହୋତ୍ସବ ମଣ୍ଡପ । ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ପୁରୁଣାକଟକର ମା' ଭୈରବୀଙ୍କ ମାହାତ୍ମ୍ୟ ତଥା ଅଞ୍ଚଳର ଲୁପ୍ତ ପ୍ରାୟ ଲୋକକଳାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ମା' ଭୈରବୀ ମହୋତ୍ସବ । ଚଳିତ ବର୍ଷ ଚତୁର୍ଥ ମା' ଭୈରବୀ ମହୋତ୍ସବ ଦୀର୍ଘ ୬ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ପାରମ୍ପରିକ ଲୋକକଳାକୁ ଉତ୍ସାହିତ ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ବିପଣନ ସାମଗ୍ରୀକୁ ବିକ୍ରୟର ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ନୃତ୍ୟ ସଂଗମ ୨୦୨୪, ପାରମ୍ପରିକ ଆଦିବାସୀ ନାଚରେ ଦୁଲୁକିଲା ମଞ୍ଚ ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ |
କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ମହୋତ୍ସବ ମଣ୍ଡପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖୁଛି । ମହୋତ୍ସବରେ ବାଲୁକା କଳା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ ମେଳାରେ ଅଂଶ ଗ୍ରହଣ କରିଥିବା ବିପଣନ ସାମଗ୍ରୀର ଷ୍ଟଲ ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ହାତ ତିଆରି ଘରକରଣା ସାମଗ୍ରୀ ସମେତ ବୟନ ସାମଗ୍ରୀ ବିଶେଷ ଭାବରେ ରାଜସ୍ଥାନର ହାତ ତିଆରି ଚୂଡି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଳାରେ ଚଟପଟା ଖାଦ୍ୟର ମଜା ଉଠାଇଛନ୍ତି ଦର୍ଶକ ଓ ପର୍ଯ୍ୟଟକ ।
ଇଟିଭି ଭାରତ, ବୌଦ୍ଧ